ଅଗରତାଲା: ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ଗତ ୭୨ଘଣ୍ଟା ମଧ୍ୟରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ୭,୦୦୦ଘର ଭାଙ୍ଗି ନଷ୍ଟ ହେଇଯାଇଥିବା ଜଣାପଡିଛି। ବର୍ଷାରେ ପଶ୍ଚିମ ତ୍ରିପୁରାର ମୋହନପୁର, ଜିରାନିଅ ଏବଂ ମଂଡବାଇରେ ବେଶି କ୍ଷୟକ୍ଷତି ଘଟିଛି। ମୋଟ ୭,୦୦୦ ବାସଗୃହ ମଧ୍ୟରୁ ୩୪୫୨ଟି ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଛି I ଏଥିଯୋଗୁଁ ପ୍ରାୟ ୪୦୦୦ ପରିବାର ନିଜ ବାସଗୃହ ହରାଇଥିବା କୁହାଯାଇଛି I ରାଜ୍ୟର ଜରୁରିକାଳୀନ ସେବା କେନ୍ଦ୍ରର ସୂଚନା ଅନୁଯାୟୀ ୪୪୬୯ ପରିବାରକୁ ୩୨ ରିଲିଫ କ୍ୟାମ୍ପ୍ରେ ରଖାଯାଇଛି I ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସତର୍କ ସୂଚନା ଜାରି କରିଛି।
ତ୍ରିପୁରାରେ ପ୍ରବଳ ବର୍ଷା, ୭୦୦୦ଘର ଭାଙ୍ଗିଲା
/sambad/media/post_attachments/wp-content/uploads/2019/04/download-1-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)