ମୁମ୍ବାଇ: ମୌସୁମୀ ବାୟୁ ଶନିବାର କେରଳ ଛୁଇଁବା ପରେ ସୋମବାର ସକାଳେ ମୁମ୍ବାଇ ଆଡ଼େ ଗତି କରିବାରୁ ସହରରେ ପ୍ରବଳ ବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁ ବ୍ୟାପକ ଜଳବନ୍ଦୀ ହୋଇ ମୁମ୍ବାଇରେ ପରିବହନ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
କୁର୍ଲା, ସିଓନ, ଦାଦର ଏବଂ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ସୂଚନା ରହିିଛି। ସୋମବାର ଦିନ ପ୍ରତ୍ୟୁଷରେ ପାଣି ଘେରରେ ଗାଡ଼ିମଟର ଯାଉଥିବାର ଦୃଶ୍ୟ ଦେଖଇବାକୁ ମିଳିଥିଲା।
ସହରରେ ପ୍ରବଳ ବର୍ଷା ଯୋଗୁ ତିନୋଟି ପ୍ରମୁଖ ଲାଇନ କେନ୍ଦ୍ରୀୟ, ପଶ୍ଚିମ ଏବଂ ହାର୍ବରରେ ଲୋକାଲ୍ ଟ୍ରେନ୍ ସେବା ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲିଛି।
ସୋମବାର ଦିନ ସକାଳୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମୁମ୍ବାଇ ପାଇଁ ଏକ ସତର୍କ ସୂଚନା ଜାରି କରି କହିଛି ଯେ ଆଗାମୀ ୩ ରୁ ୪ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବ ବୋଲି ସୂଚନା ପ୍ରଦାନ କରିଛି।
ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ଜଳବନ୍ଦୀ ଉପରେ ନଜର ରଖାଯାଇଛି। ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ଗଛ ଏବଂ ଡାଳ ପଡ଼ିବା ଘଟଣା ମଧ୍ୟ ରିପୋର୍ଟ କରାଯାଇଛି। ସହରର ଚାରୋଟି ସ୍ଥାନରେ ଏବଂ ପଶ୍ଚିମ ଉପନଗରରେ ପାଞ୍ଚଟି ସ୍ଥାନରେ ଗଛ ପଡ଼ିବା ରିପୋର୍ଟ ବିଏମସି ପାଇଛି।
ବିଏମସି କହିଛି ଯେ ରେଳ ସେବା ସ୍ୱାଭାବିକ ରହିଛି। ବର୍ତ୍ତମାନ ସ୍ଥାନୀୟ ଟ୍ରେନଗୁଡ଼ିକ ସମୟସୂଚୀ ଅନୁଯାୟୀ ଚାଲିଛି, କୌଣସି ବାଧାପ୍ରାପ୍ତ ସୂଚନା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/26/is5VTjdes1CGI4VASfEj.jpg)