ଖୁଣ୍ଟିରେ ଚଢ଼ି କାମ କରୁଥିବା ବେଳେ ମାଡ଼ି ଆସିଲା ବନ୍ୟା, ଜୀବନ ବିକଳରେ ତାରରେ ଝୁଲି ରହିଲେ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ରରେ ଚିନ୍ତା ବଢାଇଲାଣି ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା। ଏହାର ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ। ଖୁଣ୍ଟିରେ ଚଢ଼ି କାମ କରୁଥିବା ବେଳେ ମାଡ଼ି ଆସିଥିଲା ବନ୍ୟା ପାଣି। ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ।

ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତିରେ ସୁଧାର ଆସିବାର ସଂଭାବନା ଦେଖାଯାଉ ନାହିଁ । କାରଣ ଆସନ୍ତା ୨୪ ଘଂଟା ପାଇଁ ଆହୁରି ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବୁଠାରୁ ଅଧିକ ଚିନ୍ତା ବଢାଇଛି ରାଇଗଡ ଅଂଚଳ । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତିରେ ସୁଧାର ଆସିବାର ସଂଭାବନା ଦେଖାଯାଉ ନାହିଁ । କାରଣ ଆସନ୍ତା ୨୪ ଘଂଟା ପାଇଁ ଆହୁରି ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବୁଠାରୁ ଅଧିକ ଚିନ୍ତା ବଢାଇଛି ରାଇଗଡ ଅଂଚଳ ।

ସମ୍ବନ୍ଧିତ ଖବର