ପ୍ରବଳ ବର୍ଷା ହେତୁ ହିମାଚଳ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀରରେ ବନ୍ୟା ଓ ଭୂସ୍ଖଳନ: ୧୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ବର୍ଷା ହେତୁ ବନ୍ୟା ଏବଂ ଭୂସ୍ଖଳନ ହୋଇଥିବା ଦେଖାଯାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀରରେ ବନ୍ୟା ଏବଂ ଭୂସ୍ଖଳନ ପାଇଁ ଅତି କମରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ରିଲିଫ୍ ଯୋଗାଣକାରୀମାନେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ପରିଦର୍ଶନ କରିଥିବା ବେଳେ ସେଠାରେ ବନ୍ୟା ହେତୁ ଦୁଇଟି ଘର ନଷ୍ଟ ‌ହୋଇଥିବା କହିଛନ୍ତି। ବନ୍ୟା ହେତୁ ୮ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି।

ଗତ ୨୪ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଶିମଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାର ସର୍ବାଧିକ ପ୍ରଭାବ କାଙ୍ଗଡା, ଚାମ୍ବା ଏବଂ ମାଣ୍ଡିରେ ପଡ଼ିଥିବା ଜଣାପଡ଼ିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ରୁ ଅଧିକ ସ୍ଥାନରେ ବନ୍ୟା ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ଜଣ ନିଖୋଜ ଥିବା କୁହାଯାଉଛି।

Heavy rainfall causes severe devastation in Himachal pradesh
indiatoday

 

ଜମ୍ମୁ-କଶ୍ମୀରର ଉଧମପୁର ଗ୍ରାମରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହେବାରୁ ଗୋଟିଏ ମାଟି ଘର ଭୁଶୁଡ଼ିଛି। ଏହି କାରଣରୁ ଘର ଭିତରେ ଥିବା ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଜଣେ ୨ମାସର ଏବଂ ଆଉ ଜଣେ ୩ବର୍ଷ ବୟସର ଥିଲେ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର