ମୁମ୍ବାଇ: ବର୍ଷାରେ ବେହାଲ ମୁମ୍ବାଇ । ପ୍ରବଳ ବର୍ଷା ପରେ ମୁମ୍ବାଇ ସହରର ସ୍ଥିତି ପୂରା ସଙ୍ଗୀନ ହୋଇଛି । ଆଉ ଚଳଚଞ୍ଚଳ ସହର ବର୍ଷା ପାଇଁ ପୂରା ଅଟକି ଯାଇଛି । ଗତକାଲି ରାତିରୁ ବର୍ଷା ଢାଳୁଛି ଯେ ଢାଳୁଛି । କଳସୀରେ ପାଣି ଢାଳିବା ପରି ମୂଷଳଧାରାରେ ବର୍ଷୁଛି । ପୂରା ସହର ଜଳବନ୍ଦୀ ହୋଇଛି । ରାସ୍ତା ବୁଡିଛି, ଗଳିକନ୍ଦି ବୁଡିଛି, ଘରକୁ ପାଣି ମାଡି ଆସିଛି, ଦୋକାନ ବଜାର ବୁଡିଛି, ଟ୍ରେନ୍ ଲାଇନ ବି ବୁଡିଛି । ବର୍ଷା ଜଳର ମାତ୍ରା ଏତେ ଅଧିକ ହୋଇଛି ଯେ ଏମିତି ଲାଗୁଛି ରାସ୍ତା ନଈ କି ସମୁଦ୍ର ପାଲଟିଯାଇଛି । ରାସ୍ତାରେ ଜଳ ଲହଡି ପିଟୁଛି । ମଝି ରାସ୍ତାରେ ଗାଡି ଫସିଯାଉଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ପାଣିରେ ବାଇକ୍ ଭାସୁଛି । କହିବାକୁ ଗଲେ ଲଗାଣ ବର୍ଷାରେ ପୂରା ବେହାଲ ହେଇଛି ମାୟାନଗରୀ ।
#WATCH | Mumbai, Maharashtra: Due to the heavy rainfall, the Mithi River flows near the danger mark. pic.twitter.com/HaLkmp09eO
— ANI (@ANI) August 19, 2025
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ମୁମ୍ବାଇର ସବୁ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ସରକାରୀ ଏବଂ ବେସରକାରୀ ଅପିସକୁ ଛୁଟି ଘୋଷଣା କରାଯାଇଛି । ଅଯଥା ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘରେ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି । ବର୍ଷାର ମାତ୍ରା ଧିରେଧିରେ ବଢୁଥିବା ବେଳେ ଆଗାମୀ ୨୧ ତାରିଖ ଯାଏଁ ଏମିତି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
#WATCH | Mumbai | Waterlogging in several parts of Mumbai due to continuous rainfall in the city; Visuals from Dadar- Hindmata area pic.twitter.com/x7AVr8B0qr
— ANI (@ANI) August 19, 2025
ସେପଟେ ବର୍ଷା ବିତ୍ପାତର ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମୁମ୍ବାଇ କୁର୍ଲା ରେଳ ଷ୍ଟେସନ ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଲୋକେ ପାଣିରେ ହନ୍ତସନ୍ତ ହୋଇ ଯାଉଛନ୍ତି । ବସ୍, ଅଟୋ ଅଧା ବୁଡି ଯାଇଛି ।
#WATCH | Maharhastra | Daily life affected as heavy rain continues to lash Mumbai; Visuals from Nala Sopara pic.twitter.com/twO8qJwg7W
— ANI (@ANI) August 19, 2025
ବିକେସି ଅଞ୍ଚଳରେ ଏବେବି ବର୍ଷା ଜାରି ରହିଛି । ଦାଦର-ହିନ୍ଦମାତା ଅଞ୍ଚଳରେ ରାସ୍ତା ନଈ ପାଲଟିଯାଇଛି । ରାସ୍ତା ବୁଡିଥିବାରୁ ଲୋକଙ୍କୁ ନଯିବାକୁ ବ୍ୟାରିକେଡ୍ ଲାଗିଛି । ରେଳ ଓଭର ବ୍ରିଜ ତଳେ ପାଣି ଜମିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ନାଲା ସୋପରା ଅଞ୍ଚଳରେ ପ୍ରବଳ ବର୍ଷା ପରେ ଜନଜୀବନ ବ୍ୟାହତ ହୋଇଛି । ମେରାଇନ୍ ଡ୍ରାଇଭରେ ଉଚ୍ଚ ଜୁଆର ପିଟୁଛି । ଖରାପ ପାଗ ଥିବାରୁ ଲହଡି ଭାଙ୍ଗୁଛି ସମୁଦ୍ର । ସେପଟେ ବର୍ଷା ପାଇଁ ୮ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।
#WATCH | Mumbai, Maharashtra: Marine Drive witnesses high tides amid the heavy rainfall in the city. pic.twitter.com/83D21X2wgf
— ANI (@ANI) August 19, 2025