ନୂଆଦିଲ୍ଲୀ: ଉବୁଟୁବୁ ଉତ୍ତର ଭାରତ । ବର୍ଷା ବିତ୍ପାତ ଯୋଗୁଁ ଚାରିଆଡେ ପାଣି ପାଣି । ଘର ଦ୍ବାର, ନଈନାଳ, ରାସ୍ତା ସବୁ ପାଣି ଘେରରେ । ମୌସୁମୀ ବର୍ଷା ସାଙ୍ଗକୁ ଲଘୁଚାପ । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟରେ ସମସ୍ୟାକୁ ଡାକି ଆଣିଛି । ଗୁଜୁରାଟ,ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ,କର୍ଣ୍ଣାଟକ ସମେତ ୬ ରାଜ୍ୟ ପାଇଁ ସତର୍କତା ଜାରି କରିଛି ଆଇଏମଡି । 

Advertisment

ଏହି ସବୁ ରାଜ୍ୟରେ ଲଗାଣ ବର୍ଷା ହେବା ସହ ଘଡଘଡି ହେବାର ସମ୍ଭାବନା ରହିଛି । ରାଜ୍ୟମାନଙ୍କ ପାଇଁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । 

ସେପଟେ ଆସାମ, ଗୁଜରାଟ ଓ କର୍ଣ୍ଣାଟକରେ ଏବେଠୁ ଦେଖାଦେଲାଣି ବନ୍ୟା ସମସ୍ୟା । ଗୁଜରାଟରେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସେପଟେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଜିଲ୍ଲାକୁ ଘାରିଛି ବନ୍ୟା ସମସ୍ୟା । 

ଅନ୍ୟପଟେ ପ୍ରବଳବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । କେଦାରନାଥରେ ଭୁସ୍ଖଳନ କାରଣରୁ ୨ ଜଣଙ୍କ ମୃତ୍ୟୁ ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପର୍ଯ୍ୟଟକଙ୍କ ଉପରେ ବନ୍ୟା ପାଣି ମିଶା ମାଟି  ଓ ପଥର ଖସି ପଡିବା ଯୋଗୁଁ ୨ ଜଣଙ୍କ  ମୃତ୍ୟୁ ହୋଇଛି ।