ମୁମ୍ବାଇ: ପୁଣି ବର୍ଷାରେ ବେହାଲ ହେଲା ଦେଶର ବାଣିଜ୍ୟ ରାଜଧାନୀ କୁହାଯାଉଥିବା ମାୟାନଗରୀ ମୁମ୍ବାଇ । ଶୁକ୍ରବାର ପ୍ରବଳ ବର୍ଷାରେ ମୁମ୍ବାଇର ସ୍ଥିତି ସଙ୍ଗୀନ ହୋଇଛି । ମୁମ୍ବାଇର କିଛି ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ସହରର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି ।
/filters:format(webp)/sambad/media/media_files/2025/07/25/515954981_1152108666963319_1187953429594702442_n-2025-07-25-22-34-38.jpg)
ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡା ହେବା ଫଳରେ ରାସ୍ତାରେ ଅଟକିଯାଇଛି ଗାଡ଼ି । ପାଣି ପଶି ଗାଡି ଷ୍ଟାର୍ଟ ବନ୍ଦ ହୋଇଯାଇଛି । ଏବଂ ବର୍ଷା ଫଳରେ ରାସ୍ତାରେ ହୋଇଥିବା ଗାତ ଖାଲରେ ପଡି ଅନେକ ବାଇକ୍ ଚାଳକ ଗାଡ଼ିରୁ ପଡି ଯାଇଥିବା ଦେଖିବାକୁ ମିଳିଛି । ଟ୍ରାକରେ ପାଣି ଜମିବା ଫଳରେ ଟ୍ରେନ୍ ସେବା ମଧ୍ୟ ମନ୍ଥର ହୋଇଛି । ସହରର ଅନେକ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଗାତ ଖାଲ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି ।
/filters:format(webp)/sambad/media/media_files/2025/07/25/522675941_1152108730296646_8502429946938858276_n-2025-07-25-22-34-57.jpg)
ବର୍ଷା ସତ୍ବେ ତଥାପି ଲୋକମାନେ ମେରାଇନ ଡ୍ରାଇଭରେ ବୁଲୁଥିବା ଦେଖିବାକୁ ମିଳିଛି । ମୌସୁମୀ ପ୍ରଭାବରେ ଆକାଶ ମେଘାଛନ୍ନ ଥିବାରୁ ମେଘରେ ଘୋଡ଼ାଇ ହୋଇ ରହିଥିବା ଆକାଶର ଫଟୋ ଉଠାଇବାକୁ ଲୋକଙ୍କ ଭିଡ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା ।
/filters:format(webp)/sambad/media/media_files/2025/07/25/521960475_1152108636963322_2758395810682383040_n-2025-07-25-22-35-06.jpg)
ସେପଟେ ମୁମ୍ବାଇକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ରାସ୍ତାର ଅବସ୍ଥା ଭଲ ନଥିବାରୁ, ଖାଲଖମାରେ ଭର୍ତ୍ତି ଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ପରାମର୍ଶ ଜାରି କରିଥିଲା । ମୁମ୍ବାଇ ପାଇଁ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପରାମର୍ଶ ଦେଇଥିଲା । ଏକ ଟୁଇଟ୍ କରି ପୋଲିସ ଲୋକଙ୍କୁ ବର୍ଷା ବେଳେ ଘରେ ରହିବାକୁ ପରାମର୍ଶ ଦେଇଥିଲା । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କହିଥିଲା । ଏଥିସହ ସମୁଦ୍ର କୂଳ ଅଞ୍ଚଳ ବୁଲାବୁଲି ନକରିବା ପାଇଁ ବି ପରାମର୍ଶ ଜାରି କରାଯାଇଥିଲା ହେଲେ ପୋଲିସର ପରାମର୍ଶ ନମାନି କିଛି ଲୋକେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି ।
/filters:format(webp)/sambad/media/media_files/2025/07/25/515435922_1152108673629985_5187264994077001894_n-2025-07-25-22-35-18.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/25/mumbai-2025-07-25-22-35-39.jpg)