ମୁମ୍ବାଇ: ସୋମବାର ଦିନ ମୁମ୍ବାଇ ଏବଂ ଏହାର ଉପନଗରୀ ସବୁରେ ଅତି ପ୍ରବଳ ବର୍ଷା ବର୍ଷୁ ଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।
ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଦିନକ ପାଇଁ ମୁମ୍ବାଇ ମେଟ୍ରୋପଲିଟାନ୍ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି।
ପାଣି ଜମିବା ଯୋଗୁଁ ରେଳବାଇ କଲୋନି ଏବଂ ଏସ୍ଭି ରୋଡ୍ ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ହୁସିଆର୍ରେ ଗାଡ଼ି ଚଳାଇବାକୁ ମୁମ୍ବାଇ ପୁଲିସ ମଧ୍ୟ ପରାମର୍ଶ ଜାରି କରିଛି। କୁର୍ଲା ଷ୍ଟେସନ୍ସ୍ଥିତ ଫୁଟ୍ ଓଭର୍ବ୍ରିଜ୍ରେ ମଧ୍ୟ ପାଣି ଜମିଥିବା ଖବର ଆସିଛି।
ପ୍ରବଳ ବର୍ଷା ଯୋଗୁଁ ଥାନେରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
େଓ୍ଵଷ୍ଟର୍ଣ୍ଣ ରେଲ୍େଓ୍ଵ ଟୁଇଟ୍ କରିଛି: ନଲ୍ଲାସୋପରା ଠାରେ ଅପ୍ ଫାଷ୍ଟ୍ ଲାଇନ୍ରେ ୧୮୯ ମିଲିମିଟର୍ରୁ ଊର୍ଦ୍ଧ୍ୱ ଜଳସ୍ତର ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସୁତରାଂ ସବ୍ଅର୍ବାନ୍ ଟେନ୍ ସବୁ ପ୍ରାୟ ୧୫ ମିନିଟ ବିଳମ୍ବରେ ଚାଲିବ। ନଲ୍ଲାସୋପରାର ବାକି ତିନୋଟି ଲାଇନ୍ର ମନ୍ଥର ଗତିରେ ରେଳ ଚଳାଚଳ କରୁଛି।
ଆସନ୍ତା ଚବିଶ ଘଣ୍ଟା ସମୁଦ୍ରର ଉଗ୍ରରୂପ ଧାରଣ କରିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳ ଓ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।