ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରାଫିକ୍‌ ଜାମ୍‌, ଯାତାୟତ ବାଧାପ୍ରାପ୍ତ

ମୁମ୍ବାଇ: ବର୍ଷା ଋତୁ ଆରମ୍ଭ ହଉଣୁ ମୁମ୍ବାଇରେ ଦେଖିବାକୁ ମିଳିଛି ପ୍ରବଳ ଝଡ଼ବର୍ଷା। ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଅନେକ ଅଞ୍ଚଳରେ ଶୁକ୍ରବାର ଟ୍ରାଫିକ୍‌ ଜାମ୍‌ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ସହରର ପ୍ରାୟ ୧୦୦ରୁ ଊର୍ଧ୍ୱ ସ୍ଥାନରେ ପାଣି ଜମି ରହି ରାସ୍ତା ବନ୍ଦ କାରଣରୁ ଟ୍ରାଫିକ୍‌ ଜାମ୍‌ ହୋଇଥିବା ସୂଚନା ରହିଛି। ଯାତ୍ରୀମାନଙ୍କୁ ଟ୍ରାଫିକ୍‌ ପୁଲିସ୍‌ର ନିର୍ଦ୍ଦେଶ ମାନି ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି।

ଏହି ସମସ୍ୟା ବିଶେଷ କରି ମୁମ୍ବାଇର ଅନ୍ଧେରୀ ଓ ଯୋଗେଶ୍ୱରୀ-ଭିକ୍ରୋଲି ଲିଙ୍କ୍‌ ରୋଡ୍‌ସ୍ଥିତ େଓ୍ଵଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇେଓ୍ଵ ଅଞ୍ଚଳରେ ଦେଖିବାକୁ ମିଳିିଛି। ଟ୍ରାଫିକ୍‌ ଜାମ ହେବା କାରଣରୁ ଯାତ୍ରୀମାନଙ୍କୁ ୨ ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଅଟକି ରହିବାକୁ ପଡ଼ିଥିଲା।

Zee News

ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ୧୭-୨୨ ଏମ୍‌ଏମ୍‌ ବର୍ଷା ହୋଇଥିବା ବିଏମ୍‌ସି ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ୍‌ ସେଲ୍‌ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମାଞ୍ଚଳରେ ସର୍ବାଧିକ ୨୨-୩୦ ଏମ୍‌ଏମ୍‌ ବର୍ଷା ହୋଇଥିବା ସୂଚନା ରହିଛି। ସେହିପରି ପୂର୍ବାଞ୍ଚଳରେ ୧୬-୨୩ ଏମ୍‌ଏମ୍‌ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର