ଶିମଳା : ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ମାଣ୍ଡି ଏବଂ କୁଲୁ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କୁଲୁ ଜିଲ୍ଲାର ଅନିର ଶିଲିରେ ବାଦଲ ଫାଟିବା ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଅଳିଆ ଗଦାରେ ପୋତି ହୋଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
ସେହିଭଳି ଜମ୍ମୁ-କାଶ୍ମୀରର ରାମବାଣ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଭୂସ୍ଖଳନ ଓ ପଥର ଖସିବା କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। ରିପୋର୍ଟ ଅନୁଯାୟୀ, ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ-୪୪ର ମେହେଦ୍, କାଫେରିଆ ଏବଂ ରାମବାଣ ନିକଟରେ ଅବରୋଧ ହୋଇଥିଲା। ତେବେ ମୋଗଲ ଏବଂ ଏସ୍ଏସ୍ଜି ରାସ୍ତାରେ ଯାନବାହାନ ଚଳାଚଳ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/hiamchal.jpg)