ଅହମଦାବାଦ: ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅଣାୟତ ସ୍ଥିତି ଉପୁଜିଛି। ଦକ୍ଷିଣ ଗୁଜରାଟର କଚ୍ଛ-ସୌରାଷ୍ଟ୍ର ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ବର୍ଷାଜନିତ କାରଣ ପାଇଁ ରାଜ୍ୟରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୩୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ଉଦ୍ଧାର ପାଇଁ ୧୮ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୫ଟି ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ଗୁଜରାଟ ସମେତ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ୬ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସହର ଜଳମଗ୍ନ ହୋଇଯାଇଛି ଏବଂ ଟ୍ରାଫିକ୍ ସମସ୍ୟା ଉପୁଜିଛି। ମଧ୍ୟପ୍ରଦେଶର ଅଗର ମଲୱା ଜିଲ୍ଲାରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଗୁଜରାଟରେ ବର୍ଷା ବିତ୍ପାତ, ୧୪ ମୃତ
/sambad/media/post_attachments/wp-content/uploads/2022/07/rain-guj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)