ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପ୍ରବଳ ବର୍ଷା ସହ ପଡ଼ିଲା କୁଆପଥର

ନୂଆଦିଲ୍ଲୀ: ଗୁରୁବାର ରାତିରେ ଦିଲ୍ଲୀ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ନଇଡ଼ା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଛି। ବର୍ଷା ଯୋଗୁଁ ଶୁକ୍ରବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁମଣ୍ଡଳରୁ ପ୍ରଦୂଷଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି। ବର୍ଷା ହେବା ପୂର୍ବରୁ ଏସବୁ ଅଞ୍ଚଳର ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅତି ଭୀଷଣ ଥିଲା।

ପ୍ରବଳ ବର୍ଷା ହେବାରୁ ଗୁରୁବାର ରାତିରେ ତାପମାତ୍ରା ୧୨ ଡିଗ୍ରି ସେଲିସିୟସ୍‌କୁ ଖସି ଆସିଛି। ଶୁକ୍ରବାର ସକାଳ ଯାଏଁ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ImageSource: Hindustan Times

ଜମ୍ମୁ ଓ କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ, ପୂର୍ବ ମଧ୍ୟ ପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ, ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟ ପ୍ରଦେଶ, ଗୁଜରାଟ ରାଜ୍ୟ ଏବଂ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ୟାନମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା।

ସମ୍ବନ୍ଧିତ ଖବର