ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି  ଭୋର ସମୟରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଦେଖାଦେଇଛି। ବିମାନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ସହରରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ପୂର୍ବାହ୍ନ ୧୦ଟା ୨୧ ସୁଦ୍ଧା ୪ଟି ବିମାନ ବାତିଲ ହୋଇଥିବାବେଳେ ୬୨ଟି ବିମାନ ବିଳମ୍ବ ହୋଇଛି ବୋଲି ଇକ୍ସିଗୋ ସୂତ୍ରରୁ ସୂଚନା ମିଳିଛି। ବିଜୟ ଚୌକ, କନ୍ନଟ ପ୍ଲେସ, ମିଣ୍ଟୋ ବ୍ରିଜ୍‌, ସରୋଜିନୀ ନଗର, ଏମ୍ସ, ଜନପଥ, ଲାଜପତ ନଗର ଏବଂ ପଞ୍ଚକୁଇଆନ ମାର୍ଗ ଆଦି ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଯୋଗୁ  ରାସ୍ତାଗୁଡ଼ିକରେ ପାଣି ଜମା ହୋଇଛି।    

Advertisment

ଅନ୍ୟପକ୍ଷରେ ଉତ୍ତରଭାରତରେ ମୌସୁମୀ ସକ୍ରିୟ ରହିଛି। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଣ୍ଡିଗଡ଼, ଉତ୍ତର ହରିୟାଣା, ପୂର୍ବ ପଞ୍ଜାବ ଏବଂ ହିମାଚଳପ୍ରଦେଶର ଦକ୍ଷିଣରେ ପ୍ରବଳ ବର୍ଷା ହେବା ନେଇ ରେର୍ଡ ଆଲର୍ଟ ଜାରି କରାଯାଇଛି। ହରିୟାଣାର କୁରୁକ୍ଷେତ୍ର ଓ ଅମ୍ବାଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ପଞ୍ଜାବର ପଟିଆଲା ଓ ମୋହାଲିରେ ରେକର୍ଡ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ସହିତ ବଜ୍ରପାତ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ, ଆମେଥି, ରାଏବରେଲି ଏବଂ କୌସମ୍ଭୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ରେର୍ଡ ଆଲର୍ଟ ଜାରି ହୋଇଛି। ସେହିଭଳି ମଧ୍ୟପ୍ରଦେଶର ଖଜୁରାହୋ, ସତନା, ରେୱା ଏବଂ ମୈହାର ପାଇଁ ମଧ୍ୟ ରେର୍ଡ ଆଲର୍ଟ ରହିଛି।