ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଶୀତ ଋତୁର ପ୍ରଥମ ବରଫପାତ ହୋଇଛି। ପ୍ରବଳ ବରଫପାତ ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ଏବଂ ୪ ଜଣଙ୍କ ମୃତ୍ୟୁ ଘଟିଛି। ମନ୍ଜୁର ଅହମଦ ଏବଂ ଇସାକ୍ ଖାନ୍ ନାମକ ଦୁଇ ଜଣ ବ୍ୟକ୍ତି କୁପ୍ୱାଡ଼ା ଜିଲ୍ଲାର ଆଗୁଆ ଘାଟି ନିକଟରେ ବରଫ ଅତଡ଼ା ତଳେ ଫସିଯିବାରୁ ପ୍ରାଣ ହରାଇଛନ୍ତି । ଉଭୟେ ସେନାବାହିନୀରେ ସାମଗ୍ରୀ ପରିବହନ କାମ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପିଡିଡି (ଶକ୍ତି ବିକାଶ ବିଭାଗର)ର ଜଣେ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରବଳ ବରଫପାତ ଯୋଗୁଁ ୨ଟି ବିମାନ ବାତିଲ କରାଯାଇଥିବା ବେଳେ ଆହୁରି ଅନେକ ବିମାନ ବିଳମ୍ବରେ ଚାଲୁଛି। ହିମାଚଳର ଅନେକ ସ୍ଥାନରେ ମଧ୍ୟ ବରଫପାତ ହୋଇଛି । ବର୍ଷା ଓ ବରଫପାତ ପାଇଁ ଉତ୍ତର ଭାରତରେ ପ୍ରଦୂଷଣର ମାତ୍ରା କମିଯିବ ବୋଲି କୁହାଯାଉଛି।
କଶ୍ମୀରରେ ପ୍ରବଳ ବରଫପାତ: ୪ ମୃତ, ବିମାନ ବାତିଲ
/sambad/media/post_attachments/wp-content/uploads/2019/11/Untitled-4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)