କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ, ଲଗାତାର ବରଫପାତ ଯୋଗୁଁ ସ୍ଥିତି ସାଂଘାତିକ

ଶ୍ରୀନଗର: କାଶ୍ମୀର‌ରେ ପ୍ରବଳ ବରଫପାତ ଯୋଗୁଁ ଏହା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲଗାତାର ୩ ଦିନ ଧରି କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ଯାତାୟାତ ବନ୍ଦ ରହିଛି। ବରଫପାତ ଯୋଗୁଁ ଶ୍ରୀନଗରରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ୫୦୦ ଅଧିକ ଗାଡ଼ି ଅଟକି ରହିଛି। ପାଗ ଅତ୍ୟନ୍ତ ଖରାପ ରହିଥିବାରୁ ଏବଂ ବରଫପାତ ସାଙ୍ଗକୁ ଘନ କୁହୁଡ଼ି ‌ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ପ୍ରବଳ ବରଫପାତ ଯୋଗୁଁ ପ୍ରମୁଖ ରାଜପଥ ଗୁଡ଼ିକ ବନ୍ଦ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.