ଆସିଲା ଧୂଳିଝଡ଼, ଆଖି ପିଛୁଳାକେ ଦୋଳିରେ ଝୁଲୁଥିବା ଶିଶୁକୁ ଉଡାଇ ନେଇ ୨୦୦ମିଟର ଦୂରରେ ଫିଙ୍ଗିଲା

ମାଲଓ୍ଵା: ବଡ଼ଓ୍ଵାନି ଗ୍ରାମ ବଲନରେ ମଙ୍ଗଳବାର ରାତିରେ ବର୍ଷା ଓ ଧୂଳି ଝଡ଼ ଆସିବା ହେତୁ ଅନେକ ଘରଦ୍ୱାର ଭାଙ୍ଗିବା ସହ ଚାଳ ଛପର ଉଡାଇ ନେଇଛି। ସେହିପରି ଏକ ମାଟି ଘରର ଟିଣ ଛାତ ଉଡାଇ ନେବା ହେତୁ ଦେଢ଼ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ତେବେ ଶିଶୁଟି ଛାତରେ ବନ୍ଧା ହୋଇଥିବା ଝୁଲାରେ ଶୋଇଥିଲା। ପରିବାରବର୍ଗ ଘରେ ଶୋଇଥିବା ବେଳେ ହଠାତ ପବନ ଆସି ଘରର ଛାତ ଉଡାଇ ନେଇଥିଲା। ପବନର ବେଗ ଏତେ ଅଧିକ ଥିଲା କି ଶିଶୁ ଶୋଇଥିବା ଝୁଲାକୁ ଉଡାଇ ନେଇଥିଲା। ଏବଂ ୨୦୦ମିଟର ଦୂରରେ ନେଇ ଶିଶୁକୁ ଫିଙ୍ଗି ଦେଇଥିଲା। ପରିବାରବର୍ଗ ଶିଶୁକୁ ଉଦ୍ଧାର କରିବାକୁ ଯେତେ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ ଏବଂ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।

Live Science

ତାପମାତ୍ରାରେ ହ୍ରାସ ହେବାରେ ଲାଗିଥିଲେ ହେଁ, ଏବେ ବି ଲୋକମାନେ ଗରମରେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ, ବିଜୁଳି ମାରିବା ସହ ଧୂଳି ଝଡ଼ ହୋଇଥିଲ। ଭିନ୍ନଭିନ୍ନ ସ୍ଥାନରେ ଝଡ଼ ତୋଫାନରେ ମୋଟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ସିଦ୍ଧାର୍ଥନଗରରେ ଚାରି, ଦେବରିଆ ଜିଲ୍ଲାରେ ତିନ, ବସ୍ତିରେ ତିନ, ବାଲିଆ ଜିଲ୍ଲାରେ ଦୁଇ ଓ ଆଜମଗଢ଼, କୁଶିନଗର, ମହାରାଜଗଞ୍ଜ, ଳକ୍ଷ୍ମୀମପୁର ଓ ପିଲିଭିତରେ ଜଣେ-ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର