ଡେରାଡୁନ: ପୁଣି ଉତ୍ତରକାଶୀକୁ ମାଡ଼ି ଆସୁଛି ବିପଦ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ ପରେ ଏବେ ପୁଣି ବିପଦ ଥିବା ନେଇ ଆଲର୍ଟ ଦାରି କରାଯାଇଛି । ଧରାଲିର ଧ୍ବଂସଲୀଳାକୁ ଆଜି ୭ ଦିନ ପୂରିଥିବା ବେଳେ ଏବେ ପୁଣି ପ୍ରକୃତିର ତାଣ୍ଡବ ନେଇ ଆଶଙ୍କା କରାଯାଉଛି । କାରଣ ଗତକାଲି ଠାରୁ ଧରାଲିରେ ପାଗ ଭଲ ନଥିବା ବେଳେ ଆଗାମୀ ଦିନରେ ପାଣିପାଗ ବିଗିଡିବା ନେଇ ମଧ୍ୟ ଆଶଙ୍କା କରାଯାଇଛି ।
ଆଗାମୀ ୧୫ ତାରିଖ ଯାଏଁ ଉତ୍ତରକାଶୀକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଉତ୍ତରକାଶୀର ଆଖପାଖ ଅଞ୍ଚଳକୁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି । ତେବେ ବର୍ଷା ସହ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କ କରାଯାଉଥିବା ବେଳେ ଭୁସ୍ଖଳନର ମଧ୍ଯ ଆଶଙ୍କା କରାଯାଉଛି ।
ସେପଟେ ଧରାଲିର କ୍ଷୟକ୍ଷତି ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ୪୩ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୯ ଜଣ ଯବାନ, ୮ ଜଣ ଧରାଲି ବାସିନ୍ଦା, ୫ ଜଣ ପାଖ ଗାଁ ଲୋକ ଏବଂ ଅନ୍ୟମାନେ ବିହାର, ୟୁପି, ନେପାଳର ବୋଲି ଜଣାପଡ଼ିଛି । ୨୯ ଜଣ ନେପାଳି ଶ୍ରମିକ ନିଖୋଜ ଅଛନ୍ତି । ୨ଟି ମୃତଦେହ ଆବର୍ଜନା ତଳୁ ଉଦ୍ଧାର କରାଯାଇଛି । ଧରାଲିରେ ଜୋରଦାର ଚାଲିଛି ଉଦ୍ଧାର ଉଦ୍ୟମ । ପ୍ରଳୟରେ ୩୦୦ରୁ ଅଧିକ ଘର ଭାଙ୍ଗିଛି । ୧୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/12/again-alert-2025-08-12-22-16-46.jpg)