ପ୍ରୟାଗରାଜ: ସରିସରି ଆସୁଛି ମହାକୁମ୍ଭ । ୨୬ ତାରିଖରେ ମହାକୁମ୍ଭ ସରୁଥିବାରୁ ଏବଂ ସେଦିନ ଶିବରାତ୍ରୀ ପଡୁଥିବାରୁ ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଅନ୍ୟପଟେ ଆଜି ରବିବାର ଥିବାରୁ ସମସ୍ତେ ଛୁଟିରେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ମୁହାଁ ହୋଇଛନ୍ତି । ଯେଉଁଥିପାଇଁ ଭିଡ ଅଧିକ ବଢିଯାଇଛି ।
ସେପଟେ ସମସ୍ତେ ନିଜ ନିଜ ଗାଡି ଧରି ବିଭିନ୍ନ ରାଜ୍ୟରୁ ଆସୁଥିବାରୁ ରାସ୍ତାରେ ଭିଡ ଲାଗିଛି । ଟ୍ରାଫିକ୍ ଜାମ୍ ଏତେ ହୋଇଛି ଯେ ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବିଛି । ଆଖି ଯେଯାଏଁ ପାଉଛି ସେଯାଏଁ କେବଳ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳୁଛି । ଖାଲି କଣ ସେତିକି ଗାଡି ମଟରର କେଁ କାଁ ଶବ୍ଦରେ ଫାଟିପଡୁଛି ପରିବେଶ । ଗାଡି ହର୍ଣ୍ଣ ଏକପ୍ରକାର କାନକୁ ତାବଦା କରିପକାଇଲା ଭଳି ପରିସ୍ଥିତି ସୃଷ୍ଟି କରିଛି । ଯାହା ପାଦଚଲା ଲୋକଙ୍କୁ ସମସ୍ୟା ହେଉଛି ।
ଟ୍ରାଫିକ୍ ଜାମକୁ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ଡ୍ରୋନ ଜରିଆରେ କେଉଁଠି ଭିଡ ଲାଗିଛି ତାକୁ ତଦାରଖ କରାଯାଉଛି । ଆଜି ଯାଏଁ ୬୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଥିବା ବେଳେ ୨୬ ଫେବୃୟାରୀ ସୁଦ୍ଧା ଏହି ସଂଖ୍ୟା ୭୦ କୋଟି ପାର୍ କରିବାର ଅନୁମାନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/23/D6WeG0y2hQaaFwtUWfaR.jpg)