ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଗ୍ରହଣ ସରିଛି। ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ୫୮ ମନ୍ତ୍ରୀ ରହିଥିବା ବେଳେ ୨୪ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ମୋଦୀ କ୍ୟାବିନେଟ୍ରେ ସ୍ଥାନ ପାଇଥିବା ଯେଉଁ ୧୦ ଜଣ ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ ସଂପର୍କରେ ସଂକ୍ଷିପ୍ତ ସୂଚନା।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_1.jpg)
୧. ରାଜନାଥ ସିଂହ: ପୂର୍ବ ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ରାଜନାଥ ସିଂହ ଲକ୍ଷ୍ନୌରୁ ନିର୍ବାଚିତ ହୋଇଛନ୍ତି ଏବଂ ସେ ମନ୍ତ୍ରିମଣ୍ଡଳର ସର୍ବବରିଷ୍ଠ ମନ୍ତ୍ରୀ ଭାବେ ବିବେଚିତ ହୁଅନ୍ତି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_2.jpg)
୨. ନିତିନ ଗଡ଼କରି: ପୂର୍ବତନ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି ନାଗପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ମୋଦୀଙ୍କ ସହ ମତାନ୍ତର ନେଇ ଚର୍ଚ୍ଚାରେ ଥିଲେ ବି ପୁଣି କ୍ୟାବିନେଟକୁ ଫେରିଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ରହିଛନ୍ତି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_3.jpg)
୩. ସଦାନନ୍ଦ ଗୌଡ଼ା: ପୂର୍ବତନ କେନ୍ଦ୍ର ଯୋଜନା ରୂପାୟନ ମନ୍ତ୍ରୀ ବେଙ୍ଗାଲୁର ଉତ୍ତର ଳୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ଏଥର ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବାର ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_4.jpg)
୪. ନିର୍ମଳା ସୀତାରମଣ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମ ଗତ ସରକାରରେ ବେଶ୍ ପ୍ରଭାବଶାଳୀ ଥିଲେ। ସେ ଜଣେ ରାଜ୍ୟସଭା ସାଂସଦ। ତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_5.jpg)
୫. ରାମବିଳାସ ପାଶଓ୍ଵାନ: ପୂର୍ବତନ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପାଶଓ୍ଵାନ ହେଉଛନ୍ତି ମେଣ୍ଟ ଦଳ ଲୋକ ଜନଶକ୍ତି ଦଳର ମୁଖ୍ୟ ଏବଂ ସେ ଖୁବ୍ ଶୀଘ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_6.jpg)
୬. ପ୍ରକାଶ ଜାବଡେକର: ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ପ୍ରକାଶ ଜାବଡେକରଙ୍କୁ ଏଥର ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_7.jpg)
୭. ରବି ଶଙ୍କର ପ୍ରସାଦ: ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ହରାଇ ପାଟନାସାହିବ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_8.jpg)
୮. ପିୟୁଷ ଗୋଏଲ: ପୂର୍ବତନ ରେଳ ମନ୍ତ୍ରୀ ତଥା ରାଜ୍ୟସଭାର ସଦସ୍ୟ ପିୟୁଷ ଗୋଏଲ ସ୍ୱଳ୍ପକାଳ ପାଇର୍ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ନିଜର ପାରଦର୍ଶିତା ପ୍ରଦର୍ଶନ କରଛନ୍ତି। ଗତବର୍ଷ ସେ ବଜେଟ୍ ଉପସ୍ଥାପନ କରିଥିଲେ।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_9.jpg)
୯. ଏସ୍.ଜୟଶଙ୍କର: ପୂର୍ବତନ ବୈଦେଶିକ ସଚିବ ତଥା ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଥିବା ଏସ୍ ଜୟଶଙ୍କରଙ୍କୁ ଶେଷ ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରାଯାଇଛି। ସେ ସୁଷମା ସ୍ୱରାଜଙ୍କ ସ୍ଥାନ ଗ୍ରହଣ କରିବେ।
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_10.jpg)
୧୦. ସ୍ମୃତି ଇରାନୀ: ପୂର୍ବତନ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଏଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କର ପାରମ୍ପରିକ ଆସନ ଆମେଥିରୁ ହରାଇ ନିର୍ବାଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Heavy-Weight-in-Modi-Ministry_Infographics_Thumbnail.jpg)
