ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ତାଙ୍କ ୱେବ୍ ସିରିଜ୍ 'ହୀରାମଣ୍ଡି: ଦ ଡାଏମଣ୍ଡ ବଜାର'ର ସଫଳତାକୁ ଭରପୁର ଉପଭୋଗ କରୁଛନ୍ତି।
ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିରିଜକୁ ଦର୍ଶକମାନେ ବି ବହୁତ ପସନ୍ଦ କରୁଛନ୍ତି । ନିକଟରେ ମନୀଷା କର୍କଟ ରୋଗ ସହିତ ତାଙ୍କର ସଂଘର୍ଷ କିପରି ଥିଲା ସେ ବିଷୟରେ ଖୋଲାଖୋଲି ଆଲୋଚନା କରିବା ସହିତ ମା’ ନହୋଇ ପାରିବାର କଷ୍ଟକୁ ବି ବଖାଣିଛନ୍ତି।
ମନୀଷା କହିଛନ୍ତି, 'ଜୀବନ ଯେତେ ଆଗକୁ ବଢ଼ିବଢ଼ି ଯାଇଥାଏ ଆମେ ବାସ୍ତବତାକୁ ଗ୍ରହଣ କରିକରି ଯାଇଥାଉ। ଜୀବନରେ ଏମିତି ଅନେକ ସ୍ବପ୍ନ ଓ ଇଚ୍ଛା ରହିଯାଇଥାଏ ଯାହାକି ଆମେ ଜାଣିଥାଉ କି ଏହା କେବେ ବି ପୂରା ହେବ ନାହିଁ। ମୋ ଜୀବନରେ ମାତୃତ୍ବ ଇଚ୍ଛା ହେଉଛି ସେପରି ଗୋଟିଏ।
ଓଭାରି କ୍ୟାନ୍ସର ହେବା ଏବଂ ମା ହେବାରେ ସକ୍ଷମ ନହେବା ଅତ୍ୟନ୍ତ କଷ୍ଟଦାୟକ ଥିଲା। ଆଜି ବି ସେ କଥା ଭାବିଲେ ବହୁତ କଷ୍ଟ ଲାଗିଥାଏ। ତେଣୁ ମୁଁ ମନକୁ ବୁଝାଇ ଦେଇଛି। ଯାହା ବିତି ଯାଇଛି ମୋ ଅତିଥ ଥିଲା। ଏବେ ମୋ ଜୀବନରେ ଯାହା ଅଛି ତାହାକୁ ସର୍ବଶ୍ରେଷ୍ଠ କରି ଦେଖାଇବି। ମୁଁ ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ବହୁତ ଚିନ୍ତା କରିଥିଲି। କିନ୍ତୁ ମୁଁ ବହୁତ ଶୀଘ୍ର ଚିନ୍ତାଗ୍ରସ୍ତ ହୋଇଯାଇଥାଏ। ତେଣୁ ନିଜକୁ ବୁଝାଇଲି ଜୀବନରେ ଯାହା ଅଛି ତାହାକୁ ନେଇ ଆଗକୁ ବଢ଼ିବି। ସେଥିରେ ଖୁସି ରହିବ। ମୋ ବୁଢ଼ା ବାପା ଓ ମା’ଙ୍କୁ ଦେଖିବି।’