ଦେଶରେ ଗତ ୨୪ ଘଣ୍ଟାରେ ୧୭୯ ଜଣ ଜଣ ସୁସ୍ଥ ହୋଇଛନ୍ତି, ୩୧ ଜଣଙ୍କ ମୃତ୍ୟୁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଏପର୍ଯ୍ୟନ୍ତ ମୋଟ ୧୦୩୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧୦୩୬୩ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୩୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୧୨୧୧ଟି ନୂଆ ମାମଲା ଦେଖାଦେଇଛି ଓ  ୩୧ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଉପଲବ୍ଧତା ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁନ୍ୟା ସଲିଳା ଶ୍ରୀବାସ୍ତବ କହିଛନ୍ତି ।
୮୦ କୋଟି ଲୋକଙ୍କୁ ୫ କିଲୋ ଖାଦ୍ୟଶସ୍ୟ ମାଗଣାରେ ଦିଆଯିବ । ରାଜ୍ୟମାନଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି । ୧୩ ଏପ୍ରିଲ ସୁଦ୍ଧା ଏଫସିଆଇ ଦ୍ୱାରା ୧୨ ଲକ୍ଷ ଟନ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଇଛି । ଶ୍ରମିକମାନଙ୍କ ସୁବିଧା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ହେଲପଲାଇନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି ।
ଏବେ ସୁଦ୍ଧା ଦେଶରେ ମୋଟ ୨,୩୧,୯୦୨ ନମୁନା ଟେଷ୍ଟ ହୋଇଛି । ଗତ କାଲି ୨୧,୬୩୫ଟି ନମୁନା ପରୀକ୍ଷା କରାଯାଇଛି । ଦେଶରେ ଏବେ ଆଗମୀ ୬ ମାସ ପାଇଁ ଯଥେଷ୍ଟ ପରିମାଣରେ ଆରଟି-ପିସିଆର କିଟ ମହଜୁଦ ଅଛି । ଇତି ମଧ୍ୟରେ ଆଉ କିଛି ଆରଟି-ପିସିଆର କିଟ ଦେଶରେ ପହଞ୍ଚିଛି ବୋଲି ଆଇସିଏମଆର ବୈଜ୍ଞାନିକ ଡ.ଗଙ୍ଗାଖେଡକର କହିଛନ୍ତି । ସେକହିଛନ୍ତି ଯେ ଆହୁରି ୩୩ ଲକ୍ଷ ଆରଟି-ପିସିଆର କିଟ ଓ ୩୭ ଲକ୍ଷ ରାପିଡ ଟେଷ୍ଟକିଟ ପାଇଁ ଅର୍ଡର ଦିଆଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର