ଏବେ ହେଲିକାପ୍ଟରରେ ବସି ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିହେବ, ଭଡା କେତେ ଜାଣନ୍ତୁ

ଅହମଦାବାଦ : ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ଉଦଘାଟନ ହେବାଦିନଠାରୁ ଚର୍ଚାରେ ରହିଆସିଛି । ଏହାକୁ ଦେଖିବାକୁ ଆସୁଥିବା ଦର୍ଶକ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । କିନ୍ତୁ ଏହି ଷ୍ଟାଚ୍ୟୁ ଅପ ୟୁନିଟିକୁ ଦର୍ଶକମାନେ ଏବେ ଏକ ଭିନ୍ନ ଉପାୟରେ ଦେଖିପାରିବେ । ଅର୍ଥାତ ଏକ ହେଲିକାରପ୍ଟର ଆପଣଙ୍କୁ ଏହାର ଚାରିପଟେ ଓ ଉପରେ ଉଡି ଏହାର ଦର୍ଶନ କରାଇବ । ହେଲିକାପ୍ଟରରେ ବସି ଏହାକୁ ଦେଖିଲେ ଦର୍ଶକମାନେ ଏକ ଭିନ୍ନ ଅନୁଭୂତି ପାଇପାରିବେ । ଏପରି ଏକ ସେବା ଆରମ୍ଭ କରିଛନ୍ତି ଗୁଜୁରାଟ ସରକାର । ଗତକାଲି ଏହା ହେଲିକାପ୍ଟର ସେବା ଆରମ୍ଭ ହୋଇଛି । ଏହି ହେଲିକାପ୍ଟରରେ ମାତ୍ର ୧୦ ମିନିଟ ବୁଲିଲେ ପ୍ରାୟ ୨୯୦୦ ଟଙ୍କା ଦେବାକୁ ହେବ ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅକ୍ଟୋବର ୩୧ରେ ଉଦଘାଟନ କରିଥିଲେ । ଉଦଘାଟନ ପରଠାରୁ ଏହାକୁ ଦେଖିବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରତିଦିନ ପ୍ରାୟ ୩୦ ହଜାର ଦର୍ଶକ ଏଠାକୁ ଆସୁଛନ୍ତି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ୱର ଏହି ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଉପଗ୍ରହ ଫଟୋଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ।

ସମ୍ବନ୍ଧିତ ଖବର