ଅରୁଣାଚଳରେ ଏତେ ହେଲିକପ୍‌୍‌ଟର ଦୁର୍ଘଟଣା କାହିଁକି ?

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ତୁହାକୁ ତୁହା ହେଲିକପ୍‌୍‌ଟର ଦୁର୍ଘଟଣା ବାୟୁସେନାର ଚିନ୍ତା ବଢ଼ାଇ ଦେଇଛି। ଏହି ଅଂଚଳର ଭୌଗଳିକ ସ୍ଥିତି ଏବଂ ପ୍ରତିକୂଳ ଜଳବାୟୁ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହି ଅଂଚଳରେ ପାହାଡ଼ଗୁଡ଼ିକର ଉଚ୍ଚତା ଯଥେଷ୍ଟ  ଅଧିକ ଓ ଅସମତଳ ଥିବାରୁ ବାୟୁ ପ୍ରବାହର ଚାପରେ ବାରମ୍ବାର ପରିବର୍ତ୍ତନ ଘଟିଥାଏ। ତବାଙ୍ଗ ଏବଂ ସେଲା ପାସ୍‌ ଅଂଚଳରେ ହେଲିକପ୍‌୍‌ଟର ଉଡ଼ାଣ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଛି।  ସେଲା ପାସ୍‌ ଅଂଚଳରେ ପ୍ରତି ୫ ମିନିଟରେ ବାୟୁ ପ୍ରବାହ ପଶ୍ଚିମରୁ ପୂର୍ବକୁ ହୋଇଥାଏ ଯାହା ଉଡ଼ାଣ ଦିଗର ବିପରିତ ଥାଏ। ଅନେକ ସମୟରେ ପବନ ଗତି ଏତେ ତୀବ୍ର ଥାଏ ଯେ ଏଥିରେ ହେଲିକପ୍‌୍‌ଟର ତା’ର ରାସ୍ତାରୁ ବିଚ୍ୟୁତ ହୋଇଥାଏ। ଅରୁଣାଚଳରେ  ଚଳିତ ବର୍ଷ ଜୁଲାଇରେ ମଧ୍ୟ ବାୟୁସେନାର ଏକ ହେଲିକପ୍‌୍‌ଟର ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ  ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଜୁଲାଇରେ  ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ନେଇ ଯାଉଥିବା ଏକ ଏମଆଇ ୧୭ ହେଲିକପ୍‌୍‌ଟର ଇଟାନଗରରେ ଖରାପ ପାଣିପାଗ ଯୋଗୁଁ ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ୨୦୧୫ରେ  ଏକ ପବନ ହଂସ ହେଲିକପ୍‌୍‌ଟର ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଏଥିରେ ତିରପ ଜିଳ୍ଲାର ଡେପୁଟି କମିସନର କମଳେଶ ଯୋଶୀ ଏବଂ ଅନ୍ୟ ଦୁଇ ଜଣ ପ୍ରାଣ ହରାଇଥିଲେ।   ୨୦୧୧ ଏପ୍ରିଲ ୨୯ରେରେ ଏକ ହେଲିକପ୍‌୍‌ଟର ଦୁର୍ଘଟଣାରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଦୋର୍ଜି ଖାଣ୍ଡୁଙ୍କ ମୃତ୍ୟୁ ଘଟିଥିଲା।  ୧୬ ଏପ୍ରିଲ ୨୦୧୧ରେ  ତବାଙ୍ଗରେ ଏକ ହେଲିକପ୍‌୍‌ଟର ଲ୍ୟାଣ୍ଡ୍‌ କରିବା ସମୟରେ  ଦୁର୍ଘଟଣାର ଶିକାର  ହେବାରୁ ୧୬ ଜଣଙ୍କ  ମୃତ୍ୟୁ ଘଟିଥିଲା।   ୧୪ ନଭେମ୍ବର, ୧୯୯୭ରେ  ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଏନ୍‌୍‌ବିଏନ୍‌ ସୋମୁ, ମେଜର ଜେନେରାଲ ରମେଶ ନାଗପାଲଙ୍କ ସମେତ ୪ ଜଣ ହେଲିକକପ୍‌ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର