ସମୁଦ୍ରରେ ପର୍ଯ୍ୟଟକ ଗାଧୋଉଥିବା ବେଳେ ଖସି ପଡ଼ିଲା ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାସ୍ଥିତ ମିଆମୀ ସମୁଦ୍ର କୂଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ସମୟର ଏକ ଭିଡିଓକୁ ମିଆମୀ ପୁଲିସର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ।

ତେବେ ଏହି ଭିଡିଓରେ ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ଶହଶହ ପର୍ଯ୍ୟଟକ ଉପସ୍ଥିତ ଅଛନ୍ତି। ଏହି ସମୟରେ ଗୋଟିଏ ହେଲିକପ୍ଟର ହଠାତ ଆକଶରୁ ଖସି ସମୁଦ୍ରରେ ପଡ଼ି ଯାଉଛି। ଆଉ ଜୋର ଶବ୍ଦ କରି ଧୂଆଁ ବି ବାହାରୁଥିବା ଦେଖିବାକୁ ମିଳୁଛି। ଘଟଣାର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଥିଲା।

ଏହି ଦୁର୍ଘଟଣାରେ ହେଲିକପ୍ଟରରେ ତିନି ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଉପସ୍ଥିତ ଥିବା କୌଣସି ପର୍ଯ୍ୟଟକଙ୍କୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ପହଞ୍ଚି ନା୍ହିଁ। ତେବେ ହେଲିକପ୍ଟର ଟି ଏପରି ହଠାତ କାହିଁକି ଖସି ପଡ଼ିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି।

ଗତ ରବିବାର ଅପରାହ୍ନ ସମୟରେ ମିଆମୀ ବିଚର ଟେନ ଷ୍ଟ୍ରିଟ୍ ନିକଟ ସମୁଦ୍ର କୂଳଠାରୁ ପ୍ରାୟ ୪୫ ମିଟର ଦୂରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଏବଂ ମିଆମୀ ବିଚ୍ ଫାୟାର ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର