କାଠମାଣ୍ଡୁ: ନେପାଳର ପାହାଡ଼ିଆ ଅଞ୍ଚଳରେ ୭ ଜଣ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଏକ ହେଲିକାପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କାଠମାଣ୍ଡୁସ୍ଥିତ ତ୍ରିଭୁବନ ଇଣ୍ଟର୍ନେସ୍ନାଲ୍ ଏୟାର୍ପୋର୍ଟ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ହେଲିକାପ୍ଟର୍କୁ ଠାବ କରିବା ଲାଗି ଉଦ୍ଧାରକାରୀ ହେଲିକାପ୍ଟର୍ଗୁଡ଼ିକ ସମ୍ପୃକ୍ତ ଅଞ୍ଚଳରେ ଅାକାଶମାର୍ଗରୁ ଅନୁସନ୍ଧାନ କରୁଛନ୍ତି। ସୈନିକ ଓ ପୁଲିସ ଉଦ୍ଧାରକାରୀମାନେ ସ୍ଥଳଭାଗରେ ଦୁର୍ଘଟଣାଗ୍ରସ୍ତ ବିମାନଟିକୁ ଖୋଜୁଛନ୍ତି।
ଏୟାର୍ବସ୍ ନିର୍ମିତ ଏକ୍ୟୁରିଲ୍ ହେଲିକାପ୍ଟର୍ଟି ଆଲ୍ଟିଚ୍ୟୁଡ୍ ଏୟାର୍ ନେପାଳର ଏବଂ ପାର୍ବତ୍ୟାଞ୍ଚଳ ଉଦ୍ଧାର କାର୍ଯ୍ୟରେ ମୁତୟନ ହୁଏ। ଶନିବାର ସକାଳେ ଉଡାଣ କରିଥିବା ହେଲିକାପ୍ଟର୍ଟି ଦୁର୍ଘଟଣାଗ୍ରସ୍ତ ହେବା ସୂଚନା ମିଳିବା ପରେ ଏହାର ଖୋଜ ଚାଲିଛି। ସେଥିରେ ୬ ଜଣ ଯାତ୍ରୀ ଏବଂ ଜଣେ ପାଇଲଟ୍ ଥିଲେ।