ଭାରତ-ଚୀନ୍ ସୀମା ନିକଟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଭାରୀ ଯନ୍ତ୍ର ନେଇ ଅବତରଣ କଲା ହେଲିକପ୍ଟର

ପିଥୋରାଗଡ: ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଭାରତ-ଚୀନ୍ ସୀମାନ୍ତ  ମୁନ୍ସିୟାରି-ବୋଗଡିୟର-ମିଲାମ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ହେଲିକପ୍ଟର ସାହାଯ୍ୟରେ ଭାରୀ ରାସ୍ତା ନିର୍ମାଣ ଯନ୍ତ୍ର ପହଞ୍ଚା ଯାଇଥିବା ଜଣା ପଡିଛି | ଉତ୍ତରାଖଣ୍ଡର ଜୋହର ଉପତ୍ୟକାର ସୁଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ହେଲିକପ୍ଟରଟି ଅବତରଣ କରିଛି ବୋଲି ବର୍ଡର ରୋଡ ଅର୍ଗାନାଇଜେସନ (ବିଆରଓ)ର ଜଣେ ଅଧିକାରୀ କହିଛନ୍ତି।

୨୦୧୯ରେ ଅନେକ ବିଫଳ ପ୍ରୟାସ ପରେ ରାସ୍ତା ନିର୍ମାଣ କାମ ଶୀଘ୍ର ସମାପ୍ତ କରିବା ଆଶାରେ ବିଆରଓ ହେଲିକପ୍ଟର ଯୋଗେ ଲସପାକୁ ଭାରୀ ରାସ୍ତା ନିର୍ମାଣ ଉପକରଣ ପହଞ୍ଚାଇଛି ବୋଲି  ମୁଖ୍ୟ ଇଞ୍ଜିନିୟର ବିମଲ ଗୋସ୍ୱାମୀ କହିଛନ୍ତି। ରାସ୍ତା ନିର୍ମାଣ ଚାଲିଥିବା ସ୍ଥାନରେ ବଡ ବଡ ପଥର କାଟିବାର ଉପକରଣ ଉପଲବ୍ଧ ନଥିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିଲା | ପିଥୋରାଗଡ ଜିଲ୍ଲାର ଜୋହର ଉପତ୍ୟକାର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ନିର୍ମାଣ କରାଯାଉଥିବା ମୁନ୍ସିୟାରି-ବୋଗଡିୟର- ମିଲାମ ରାସ୍ତା ଭାରତ-ଚୀନ୍ ସୀମାର ଶେଷ ପୋଷ୍ଟ ସହିତ ସଂଯୁକ୍ତ ହେବ। ଗତ ବର୍ଷ ଅନେକ ଅସଫଳ ଉଦ୍ୟମ ପରେ, ଆମେ ଏହି ମାସରେ ଲାସ୍ପାକୁ ଭାରୀ ଯନ୍ତ୍ର ପରିବହନ କରୁଥିବା ହେଲିକପ୍ଟରକୁ ଅବତରଣ କରାଇବାରେ ସଫଳ ହେଲୁ | ଏହି ଭାରୀ ଯନ୍ତ୍ର ଆସିବା ଦ୍ୱାରା ରାସ୍ତା ପାଇଁ ବଡ ବଡ ପଥର କଟା କାମ ଆସନ୍ତା ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଗୋସ୍ୱାମୀ କହିଛନ୍ତି।

India China border news: Helicopters land heavy equipment to ...
Times of India

ସୂଚନା ମୁତାବକ, ଏହି ପ୍ରକଳ୍ପ ପାଇଁ ୩୨୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୦୧୦ରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ବିଆରଓ ମୁଖ୍ୟ ଇଞ୍ଜିନିୟର କହିଛନ୍ତି। ସେ କହିଛନ୍ତି ଯେ, ଏହି ରାସ୍ତା ଉଭୟ ପ୍ରାନ୍ତରୁ ନିର୍ମାଣ କରାଯାଉଛି |

ସମ୍ବନ୍ଧିତ ଖବର