ଶତ୍ରୁର ଟ୍ୟାଙ୍କକୁ ମାଟିରେ ମିଶାଇବ ଭାରତର ନୂଆ କ୍ଷେପଣାସ୍ତ୍ର ହେଲିନା

‘ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ଡିଆରଡିଓ ପକ୍ଷରୁ ଆଜି ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ହେଲିନାର ସଫଳ ପରୀକ୍ଷଣ କରାଯାଇଛି ।

ଶୁକ୍ରବାର ଦିନ ରାଜସ୍ଥାନର ମରୁଭୂମି ପରୀକ୍ଷା ରେଞ୍ଜରେ ୪ଟି ହେଲିନା କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଏଲଏଚ) ଧ୍ରୁବରୁ ଏସବୁ କ୍ଷେପଣାସ୍ତ୍ରଗୁଡ଼ିକ ନିକ୍ଷେପ କରାଯାଇଥିଲା ।  ପ୍ରାୟ ୭ କିଲୋମିଟର ରେଞ୍ଜରେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିଥିଲା । ଆଜିର ପରୀକ୍ଷଣର ୪ର୍ଥ ମିଶନ ପାଇଁ ଏକ ପୁରୁଣା ଟ୍ୟାଙ୍କକୁ ଲକ୍ଷ୍ୟ ବା ଟାର୍ଗେଟ ଭାବେ ବ୍ୟବହାର କରାଯାଇଥିଲା । ମିସାଇଲଟି ଟ୍ୟାଙ୍କଟିକୁ ସଂପୂର୍ଣ୍ଣଭାବେ ଧ୍ବଂସ କରିଦେଇଥିଲା ।  ଏହି ବ୍ୟବହାରିକ ପରୀକ୍ଷଣରେ ଭାରତୀୟ ସେନା ଓ ଭାରତୀୟ ବାୟୁସେନା ଭାଗ ନେଇଥିଲେ ।

 

ଏହି କ୍ଷେପଣାସ୍ତ୍ରର ସେନା ସଂସ୍କରଣ (ଆର୍ମି ଭର୍ସନ)କୁ ହେଲିନା ଓ ବାୟୁସେନା ଭର୍ସନକୁ ଧ୍ରୁବାସ୍ତ୍ର ବୋଲି କୁହାଯାଉଛି । ହେଲିନାର ଅର୍ଥ ହେଉଛି ହେଲିକାପ୍ଟର ଲଞ୍ଚଡ୍ ନାଗ୍ । ଏହା ଏକ ଲକ ଅନ ବିଫୋର ଲଞ୍ଚ୍ (ଏଲଓବିଏଲ) ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ ମିସାଇଲ । ଏହାର ଉଭୟ ଟପ ଆଟାକ ଓ ଡାଇରେକ୍ଟ ଆଟାକ କ୍ଷମତା ରହିଛି ।  ଏଏଲଏସ-ରୁଦ୍ର ହେଲିକାପ୍ଟରରେ ଏକାସମୟରେ ୮ଟି ହେଲିନା ମିସାଇଲ ଖଞ୍ଜି ହେବ ।

 

ସମ୍ବନ୍ଧିତ ଖବର