ତୈଳଦର ବୃଦ୍ଧିକୁ ନେଇ ଦିଦିଙ୍କ ଅଭିନବ ପ୍ରତିବାଦ, ବେକରେ ପୋଷ୍ଟର ଲଗାଇ ଇଲେକ୍ଟ୍ରିକ ସ୍କୁଟରରେ କଲେ ରାଲି

କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ନିର୍ବାଚନ ତାତିି। ମତଦାନ କରିବାର ସମୟ ପାଖେଇ ଆସୁଥିବା ବେଳେ ପଶ୍ଚିମବଙ୍ଗରେ ଜୋରଦାର ଆରମ୍ଭ ହୋଇଛି ନିର୍ବାଚନ ପ୍ରଚାର। କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗକୁ ଫୋକସ କରୁଥିବା ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଦେଖିବାକୁ ମିଳିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ଘେରୁଥିବା ବେଳେ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ମମତା ବାନାର୍ଜୀ ।

ଦେଶରେ ତୈଳଦର ଆକାଶଛୁଆଁ ହେଲାଣି । ବିଭିନ୍ନ ସହରରେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ପାର କରିଥିବା ବେଳେ ଡିଜେଲ  ଲିଟର ପିଛା ୯୦ ଟଙ୍କା ଉପରେ ରହିଛି । ଏହାରି ମଧ୍ୟରେ ବିରୋଧୀଦଳମାନେ କେନ୍ଦ୍ରସରକାରଙ୍କୁ ଘେରିବାକୁ ବିଭିନ୍ନ ସ୍ଥାନରେ ସଭା ଓ ରାଲି ଜାରି ରଖିଛନ୍ତି । କିଛି ଦିନ ତଳେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲ ଦର ୧ଟଙ୍କା କମ କରିଥିବା ବେଳେ ଆଜି ଦରବୃଦ୍ଧିକୁ ନେଇ ଇଲେକ୍ଟ୍ରିକ ସ୍କୁଟରରେ ବସି ରାଲି କହିଛନ୍ତି ମମତା ବାନାର୍ଜୀ।

indiatoday

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ତୈଳଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଯାଇ ଇଲେକ୍ଟ୍ରିକ ସ୍କୁଟର ପଛପଟେ ବସି ରାସ୍ତାରେ ଯାଉଛନ୍ତି । ସେ ସ୍କୁଟର ପଛପଟେ ବସିବା ସହ ଗଳାରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ମମତା ସ୍କୁଟରର ପଛପଟେ ବସିଥିବା ବେଳେ ସ୍କୁଟର ଚଳାଉଛନ୍ତି ଟିଏମସି ନେତା ଫିରହାଦ୍ ହାକିମ୍ । ଏହି ରାଲି ହରିସ୍ ଚାଟାର୍ଜୀ ଷ୍ଟ୍ରିଟରୁ ରାଜ୍ୟ ସଚିବାଳୟ ନବନ୍ନା ପର୍ଯ୍ୟନ୍ତ ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର