ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧୀ କରି ଆନ୍ଦୋଳନ କରୁଥିବା ସମୟରେ ଲକ୍ଷ୍ମୌରେ ଅନେକ ଆନ୍ଦେଳନକାରୀ ପ୍ରାଣ ହରାଇଥିଲେ। ଏଥିରେ ମହମ୍ମଦ ଓକିଲ୍ଙ୍କ ନାମ ବି ରହିଥିଲା। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତ ମହମ୍ମଦ ଓକିଲ୍ଙ୍କ ପରିବାରଲୋକଙ୍କୁ ଭେଟି ସେମାନଙ୍କ ଦୁଃଖରେ ଦୁଃଖୀ ହୋଇଥିଲେ।
India Todayମହମ୍ମଦ ଓକିଲ୍ଙ୍କ ପରିବାରଲୋକଙ୍କୁ ଭେଟିବା ପରେ ଅଖିଳେଶ କହିଛନ୍ତି କି, ‘ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ସମୟରେ ଅନେକ ଆନ୍ଦୋଳନକାରୀଙ୍କ ପୁଲିସ ଗୁଳିରେ ମୃତ୍ୟୁ ହୋଇଥିଲା। ଏହି ମୃତ ଆନ୍ଦୋଳନକାରୀଙ୍କ ପରିବାରକୁ ଆମ ପାର୍ଟି ୫ଲକ୍ଷ ଲେଖାଏଁ ରାଶି ପ୍ରଦାନ କରିବ।’
उप्र में पुलिस की गोली का शिकार हुए मृतक मोहम्मद वकील के परिजनों का दुख-दर्द बांटकर व परिवार को 5 लाख की आर्थिक सहायता देकर हमने मदद के हाथ बढ़ाये हैं और हमेशा बढ़ाते रहेंगे. pic.twitter.com/44xYm0Dfje
— Akhilesh Yadav (@yadavakhilesh) January 5, 2020
‘ବିଜେପି ନାଗରିକତା ସଂଶୋଧନ ଆଇନ୍କୁ ନେଇ ଯେଉଁ ସମର୍ଥନ ଅଭିଯାନ ଚଳାଇଛି, ତାହା ସେ ଲୋକମାନଙ୍କୁ ଭୁଆଁ ବୁଲାଉଛି। ଲକ୍ଷ୍ମୌରେ ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ହଜାରହଜାର ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ଥିଲେ। ଏହି ସମୟରେ ମହମ୍ମଦ ଓକିଲ୍ଙ୍କ ମୃତ୍ୟୁ ହୋଇଥିଲା। ତେବେ ମହମ୍ମଦ ଓକିଲ୍ ଏହି ହିଂସାରେ ସାମିଲ ନଥିଲେ। ତା’ପରେ ବି ତାଙ୍କର ମୃତ୍ୟୁ କିପରି ହୋଇଛି ସେ ନେଇ ଯାଞ୍ଚ ହେବା ଦରକାର ବୋଲି ଅଖିଳେଶ ଅନ୍ୟପକ୍ଷେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି।’
AajTakଅଖିଳେଶ ଏହା ବି କହିଛନ୍ତି କି, ‘ଦେଶର ପ୍ରତ୍ୟେକ ନାଗରିକ ନାଗରିକତା ସଂଶୋଧନ ଆଇନ୍, ଏନ୍ଆରସି ଓ ଏନ୍ପିଆରର ବିରୋଧୀ ଅଟେ। ଆଧାରକାର୍ଡରେ ଯେତେବେଳେ ସମସ୍ତ ତଥ୍ୟ ନିଆଯାଇ ସାରିଛି ତେବେ ଏନ୍ପିଆର ଓ ଏନ୍ଆରସିର କ’ଣ ଆବଶ୍ୟକ ରହିଛି। ବିଜେପି ବି ଜାଣିଛି ସେ ବନାଇଥିବା ଏହି ନିୟମ ଅସାମ୍ଭିଧାନିକ ଅଟେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/134056-vizxttmyin-1578231496.jpeg)