ସରକାରୀ ବ୍ୟାଙ୍କ ଋଣ ଦେବାକୁ ମନା କରିବାରୁ ଚାଷ ପାଇଁ ନିଜ କିଡ୍‌ନି ବିକିଲେ ଅସହାୟ ଚାଷୀ

ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ଲୋକେ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ଚାଷୀ ହିଁ ଦେଶର ମେରୁଦଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ  ଚାଷୀ ପ୍ରତି ସବୁବେଳେ ଅବହେଳା କରାଯାଇଥାଏ ।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ବ୍ୟାଙ୍କରୁ ଋଣ ନ ମିଳିବାରୁ ଜଣେ ଚାଷୀ ନିଜର କିଡ୍‌ନି ବିକିବାକୁ ବାଧ୍ୟ ହୋଇଥିଲେ ।

Farmer
indiatimes.com

ମିଳିଥିବା ସୂଚନାନୁସାରେ, ଚତ୍ତର ସାଲି ଗାଁରେ ରହୁଥିବା ୩୦ବର୍ଷୀୟ ରାମକୁମାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନା ଅଧିନରେ ପଶୁପାଳନ ସଂପର୍କିତ ପାଠ୍ୟକ୍ରମ ସାରିଥିଲେ । ପରେ ପଶୁପାଳନ ପାଇଁ ଏକ ଘର କରିବାକୁ ଚିନ୍ତା କରିବା ସହ ନିଜର ପ୍ରମାଣପତ୍ର ନେଇ ବ୍ୟାଙ୍କରେ ଋଣ ପାଇଁ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଋଣ ମିଳି ନଥିଲା । ଯାହା ପାଇଁ ରାମକୁମାର ନିଜ ପଡ଼ୋଶୀଙ୍କଠାରୁ ଟଙ୍କା ଆଣି ଘରେ ଗୁହାଳ ତିଆରି କରିଥିଲେ । କିଛି ଦିନ ପରେ ରାମକୁମାରଙ୍କ ସଂପର୍କୀୟ ଦେଇଥିବା ଟଙ୍କା ସୁଧ ସମେତ ମାଗିଥିଲେ ମଧ୍ୟ ରାମ କୁମାର ଦେଇ ପାରି ନ ଥିଲେ । ଯାହା ପାଇଁ ତାଙ୍କୁ ନିଜର କିଡ୍‌ନି ବିକ୍ରି କରିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର