ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆଜି ସୁପ୍ରିମ୍‌କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଜାମିନ ମଂଜୁର କରିଛନ୍ତି। ସୁପ୍ରିମକୋର୍ଟଙ୍କର ଏହି ନିଷ୍ପତ୍ତିକୁ ବିରୋଧୀ ଇଣ୍ଡିଆ ମେଣ୍ଟ ସ୍ବାଗତ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କେଜ୍ରିୱାଲଙ୍କୁ ଜାମିନ ମିଳିବା ଦେଖି ଖୁବ୍‌ ଖୁସି ଲାଗୁଛି। ନିର୍ବାଚନ ପରିପ୍ରେକ୍ଷୀରେ ଏହା ସହାୟକ ହେବ। ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି, ଏହା ପରିବର୍ତ୍ତନର ଏକ ବଡ଼ ସଙ୍କେତ।

Advertisment

କେଜ୍ରିୱାଲ ଏନ୍‌ଡିଏ ସରକାର ବିରୋଧରେ ସର୍ବଦା ସତ କହିଛନ୍ତି। ଆମେ ଆମ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବୁ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ପୱନ ଖେଡ଼ା ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପାଇଁ ଖୁସିବ୍ୟକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବି ସମାନ ସ୍ଥିତି ଆଶା କରାଯାଉଛି ଏବଂ ‌ସେ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ନ୍ୟାୟ ପାଇବେ ବୋଲି ଖେଡ଼ା କହିଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି, ନିର୍ବାଚନ ସମୟରେ କେଜ୍ରିୱାଲଙ୍କୁ କୋର୍ଟରୁ ନ୍ୟାୟ ମିଳିଛି। ସେହିପରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମେଣ୍ଟର ବରିଷ୍ଠ ନେତା ଶରଦ ପାୱାର କହିଛନ୍ତି, ‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ମୁଁ ସ୍ବାଗତ କରୁଛି।