ସଂପତ୍ତି ତାଲିକାରୁ ଏହା ଜଣାପଡ଼ିଲା ୨୫୦ କୋଟିର ମାଲିକ ହେମା ପରିବାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ହେମାମାଳିନୀ ପରିବାର ହେଉଛି ୨୫୦ କୋଟିର ମାଲିକ। ପ୍ରାର୍ଥିପତ୍ର ଦାଖଲ ବେଳେ ସେ ଦେଇଥିବା ସଂପତ୍ତି ତାଲିକାରୁ ଏହା ଜଣାପଡ଼ିଛି। ତାଙ୍କ ନିଜ ସଂପତ୍ତିର ମୂଲ୍ୟ ୧୨୫ କୋଟି ଟଙ୍କାରୁ ଅଧିକ ଥିବା ବେଳେ ତାଙ୍କ ଅଭିନେତା ପତି ଧର୍ମେନ୍ଦ୍ରଙ୍କ ସଂପତ୍ତିର ମୂଲ୍ୟ ହେଉଛି ପ୍ରାୟ ୧୨୪ କୋଟି ଟଙ୍କା। ଗତ ୨୦୧୪ ତୁଳନାରେ ହେମାଙ୍କ ସଂପତ୍ତି ୩୪‌ କୋଟି ୪୬ ଲକ୍ଷ ଟଙ୍କା ବଢ଼ିଥିବା ବେଳେ ‌ଧର୍ମେନ୍ଦ୍ରଙ୍କ ସଂପତ୍ତି ୧୨ କୋଟି ୩୦ ଲକ୍ଷ ଟଙ୍କା ବଢ଼ିଛି। ହେମାଙ୍କ ପାଖରେ ଦେଢ଼ କୋଟିର ବ୍ୟାଙ୍କ ବାଲାନ୍ସ, ତିନି କୋଟିର ସୁନା ଅଳଙ୍କାର ଏବଂ ହାତରେ ନଗଦ ୫ ଲକ୍ଷ ୬୦ ହଜାର ଟଙ୍କା ରହିଛି।

ତେବେ ଚଳିତ ନିର୍ବାଚ‌ନରେ ସବୁଠାରୁ ଧନୀ ପ୍ରାର୍ଥୀ ଅଛନ୍ତି ‌େ‌ତଲେଙ୍ଗାନାର କେଭି ରେଡୀ। ସେ ଚାଭେଲା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ୮୯୫ କୋଟି ଟଙ୍କାର ସଂପତ୍ତି ରହିଛି। ତାଙ୍କର ୨୨୩ କୋଟି ଟଙ୍କାର ଅସ୍ଥାବର ସଂପତ୍ତି ଥିବା ବେଳେ ତାଙ୍କର ପତ୍ନୀ ସଙ୍ଗୀତା ରେଡୀଙ୍କର ୬୧୩ କୋଟି ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। ତାଙ୍କ ପତ୍ନୀ ସଙ୍ଗୀତା ହେଉଛନ୍ତି ଆପୋଲୋ ହସପିଟାଲର ଯୁଗ୍ମ ମହାନିର୍ଦେଶିକା। ପୁଅ ନାମରେ ୨୦ କୋଟି ଟଙ୍କାର ସଂପତ୍ତି ରହିଛି। କିନ୍ତୁ ସେମାନଙ୍କର ନିଜସ୍ବ କାର ନାହିଁ। ତାଙ୍କ ପଛକୁ ଅଛନ୍ତି ଆନ୍ଧ୍ର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ପି. ନାରାୟଣ। ତାଙ୍କ ନାମରେ ୬୬୭ କୋଟି ଟଙ୍କାର ସଂପତ୍ତି ରହିଛି। ସେ ନେଲ୍ଲୋର ବିଧାନସଭା ଆସନରୁ ଟିଡିପି ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କର ୫୭୪ କୋଟି ଟଙ୍କାର ସଂପତ୍ତି ରହିଛି। ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗମୋହନ ରେଡୀଙ୍କର ୫୩୮ କୋଟି ଟଙ୍କା ମୂଲ୍ୟର ସଂପତ୍ତି ରହିଛି।

ଉତ୍ତର ପ୍ରଦେଶର ଫତେହପୁର ସିକ୍ରି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅନ୍ୟତମ ଅଭିନେତା ରାଜ ବବରଙ୍କର ସଂପତ୍ତି ମୂଲ୍ୟ ହେଉଛି ୧୮ ‌େକାଟି ୨୬ ଲକ୍ଷ ଟଙ୍କା। ୫ ବର୍ଷରେ ତାଙ୍କ ସଂପତ୍ତି ଗୋଟିଏ କୋଟି କମିଥିବା ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ନିଜର କାର ନାହିଁ। କିନ୍ତୁ ତାଙ୍କ ପତ୍ନୀ ନଦିରାଙ୍କ ପାଖରେ ୬ ଲକ୍ଷ ୮୦ ହଜାର ଟଙ୍କାର ଗୋଟିଏ କାର ରହିଛି। ତେବେ ସବୁଠାରୁ ଗରିବ ପ୍ରାର୍ଥୀ ହେଉଛନ୍ତି ଜମ୍ମୁ-କଶ୍ମୀର ପାନ୍ଥରସ ପାର୍ଟି ମୁଖ୍ୟ ଭୀମ ସିଂହ। ଜମ୍ମୁ ‌େଲାକସଭା ଆସନରେ ପ୍ରାର୍ଥୀ ହୋଇଥିବା ଭୀମଙ୍କର ମାତ୍ର ୮୪ ହଜାର ଟଙ୍କାର ସଂପତ୍ତି ରହିଛି। ୭୮ ବର୍ଷୀୟ ସିଂହଙ୍କ ହାତରେ ନଗଦ ୩୦ ହଜାର ଟଙ୍କା ଥିବା ବେଳେ ବ୍ୟାଙ୍କରେ ୧୬ ହଜାର ଟଙ୍କା ଜମା ରହିଛି। ଏହାସହିତ ତାଙ୍କର ୩୮ ହଜାର ଟଙ୍କାର ଜମି ରହିଛି।

ସମ୍ବନ୍ଧିତ ଖବର