ରୁଷିଆ-ଭାରତ ଫିଲ୍ମ ସଂପର୍କର ନୂଆ ଅଧ୍ୟାୟ ଆରମ୍ଭ କରିବେ ହେମା ମାଲିନୀ

ନୂଆଦିଲ୍ଲୀ ‘ସିରୀ ଫୋଟ୍‌ର୍ ଅଡିଟରିଅମ୍‌’ରେ ଚାଲିଥିବା ‘ରସିଆନ୍‌ ଫିଲ୍ମ ମହୋତ୍ସବ’ ଅବସରରେ ସାଂସଦ-ଅଭିନେତ୍ରୀ ହେମା ମାଲିନୀ କହିଛନ୍ତି ଯେ, ଏହି ଦୁଇ ଦେଶର ଫିଲ୍ମ ଶିଳ୍ପ ମଧ୍ୟରେ ଏକ ନୂତନ ସଂପର୍କ ସ୍ଥାପନ କରିବା ପାଇଁ ସେ ସେତୁର ଭୂମିକା ତୁଲାଇବେ। ରସିଆନ୍‌ ଫିଲ୍ମ ଦୁନିଆ ସହ ବଲିଉଡ୍‌ର ସଂପର୍କ ବହୁତ ପୁରୁଣା। ଗତ ଶତାବ୍ଦୀର ମଧ୍ୟ ଭାଗରେ ଭାରତ ଓ ରୁଷ୍‌ ମଧ୍ୟରେ ଅତି ସୁ-ସଂପର୍କ ଥିବା ବେଳେ ଦୁଇ ଦେଶର କଳାକାରଙ୍କୁ ନେଇ ‘ମେରା ନାମ ଜୋକର୍‌’ ଫିଲ୍ମ ତିଆରିକରିଥିଲେ ରାଜ କପୂର। ଏହି ଫିଲ୍ମ ଉଭୟ ଦେଶରେ ଲୋକପ୍ରି୍ରୟତା ଲାଭ କରିଥିଲା। ରାଜ କପୂରଙ୍କୁ ଏବେ ବି ରୁଷ୍‌ର ଫିଲ୍ମ ଦର୍ଶକ ଭୁଲିନାହାନ୍ତି। ଆହୁରି ମଧ୍ୟ ଭୁଲିନାହାନ୍ତି ହେମା ମାଲିନୀଙ୍କ ‘ସୀତା ଔର ଗୀତା’ ଓ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ‘ଡିସ୍କୋ ଡାନ୍‌ସର୍‌’କୁ। ଏବେ ଦୁଇ ଦେଶ ଭିତରେ ସିନେମା-ସଂପର୍କକୁ ପୁଣି ଥରେ ସୁଦୃଢ଼ କରିବା ପାଇଁ ଉଦ୍ୟମ କରିବେ ବୋଲି ଘୋଷଣା କରିଛନ୍ତି ହେମା। ରସିଆନ୍‌ ଓ ଭାରତୀୟ କଳାକାରଙ୍କୁ ନେଇ ଅକ୍ଷୟ କୁମାର, ସେହି ଦେଶରେ ଏକ ବିଗ୍‌-ବଜେଟ୍‌ ଫିଲ୍ମ ତିଆରିକରିବାକୁ ଇଚ୍ଛୁକ। ଏ ବାବଦରେ ହେମା ରୁଷ୍‌ ସରକାରର ସଂପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି, ସୁଯୋଗ ସୃଷ୍ଟି କରିବେ।

ସମ୍ବନ୍ଧିତ ଖବର