ମୁମ୍ବାଇ: ବାପାଙ୍କ ପାଇଁ ଝିଅର ଶ୍ରଦ୍ଧାଞ୍ଜଳି | ୧୧ ବର୍ଷ ତଳେ ବାପା ସିନା ଚାଲିଯାଇଥିଲେ କିନ୍ତୁ ତାଙ୍କ ସ୍ମୃତି ଏବେ ବି ତାଜା ରହିଛି | ସେହି ସ୍ମୃତିକୁ ସାଉଁଟି ୨୬/୧୧ ଘଟଣାରେ ଦେଶ ପାଇଁ ଶହୀଦ ହୋଇଥିବା ଆଇପିଏସ ଅଧିକାରୀ ହେମନ୍ତ କରକରେଙ୍କ ଝିଅ ଜୁହି କରକରେ ବହି ଲେଖିଛନ୍ତି | ବହିର ଶୀର୍ଷକ ରହିଛି 'ହେମନ୍ତ କରକରେ-ଏ ଡଟର୍ସ ମେମାୟୋର' | ଏ ପୁସ୍ତକରେ କରକରେଙ୍କ ଅସୀମ ବ୍ୟକ୍ତିତ୍ୱ ସମ୍ପର୍କରେ ବହୁତ ଅଜଣା କଥା ଲେଖାଯାଇଛି । ସେ ଏକାଧାରରେ ଜଣେ ସମାଜସେବୀ, କଳାକାର, ବିରଳ ବ୍ୟକ୍ତିତ୍ୱ ଥିଲେ । ଏ ପୁସ୍ତକରେ ଜଣେ ସାମାନ୍ୟ ବ୍ୟକ୍ତିର ଅସାମାନ୍ୟ ବ୍ୟକ୍ତି ବନିବାର ପୂରା କାହାଣୀ ବର୍ଣ୍ଣନା କରାଯାଇଛି |

Advertisment

୨୬/୧୧ , ଭାରତ ଇତିହାସର ଏକ କଳା ଫର୍ଦ୍ଦ । ଏବେ ବି ଲୋକମାନଙ୍କ ମନରୁ ଲିଭିନି ୨୬/୧୧ ର ଲୋମହର୍ଷଣ କରିଦେବା ଭଳି ଦୃଶ୍ୟ । ନଭେମ୍ବର ୨୬ ହୋଇଗଲେ ମନେ ପଡିଯାଏ ଆତଙ୍କୀମାନଙ୍କର ଆତଙ୍କରାଜରୁ ଦେଶକୁ ବଞ୍ଚାଇଥିବା ଶହୀଦମାନଙ୍କର ବଳିଦାନ । ଆଜି ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣା କୁ ୧୧ ବର୍ଷ ବିତିଯାଇଛି । ଗତକାଲି ସନ୍ଧ୍ୟାରେ ହୋଇଥିବା କାଯ୍ୟକ୍ରମରେ ମୁମ୍ବାଇ ଆତଙ୍କୀ ଆକ୍ରମଣରେ ଦେଶ ପାଇଁ ଶହୀଦ ହୋଇଥିବା ଆଇପିଏସ୍ ଅଫିସର ହେମନ୍ତ କରକରେଙ୍କ ସ୍ମୃତିରେ ତାଙ୍କ ଝିଅ ସହିଦ ପିତାଙ୍କୁ, ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ବହି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

publive-image Photo-Indiatoday

୨୬ ନଭେମ୍ବର ୨୦୦୮ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଆତଙ୍କୀମାନେ ଏକ ପ୍ରତିଷ୍ଠିତ ହୋଟେଲ ତାଜରେ ଲୁଚି ରହିଥିଲେ , ସେ ସମୟରେ କରକରେ ମୁମ୍ବାଇ ଆତଙ୍କବାଦ ନିରୋଧକ ଦଳର ମୁଖ୍ୟ ଥିଲେ । ଘଟଣା ସର୍ମ୍ଫକରେ ଜାଣିବା ମାତ୍ରେ ସେ ତୁରନ୍ତ ବୁଲେଟପ୍ରୁଫ୍ ଜ୍ୟାକେଟ ପିନ୍ଧି ଆତଙ୍କବାଦୀମାନଙ୍କ ମୁକାବିଲା ପାଇଁ ପହଂଚି ଯାଇଥିଲେ । ଏଥିରେ ହେମନ୍ତ ସହିଦ ହୋଇଯାଇଥିଲେ ସତ କିନ୍ତୁ ଅନେକଙ୍କ ଜୀବନ ବଂଚାଇଦେଇଥିଲେ |