ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବୟାନକୁ ନେଇ ମୁହଁ ଖୋଲିଲେ ହେମନ୍ତ କର୍‌କରେଙ୍କ ଝିଅ, ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ : ମାଲେଗାଓଁ ଆକ୍ରମଣର ଆରେପୀ ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ଭୋପାଳରୁ ପ୍ରାର୍ଥୀ କରିବା ପରେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଥିଲା । ଏହା ସହ ପ୍ରାର୍ଥୀ ହେବା ପରେ ସେ ମୁମ୍ବାଇ ବିସ୍ଫୋରଣରେ ସହିଦ୍‌ ହୋଇଥିବା ପୁଲିସ ଅଫିସର ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ତାଙ୍କୁ କଡ଼ା ନିନ୍ଦା କରାଯାଇଥିଲା । ଏବେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ହେମନ୍ତ କରକରେଙ୍କ ଝିଅ ଜୁହି ନଓ୍ଵାରେଙ୍କ ପ୍ରତିକ୍ରିୟା ଆସିଛି ।

Catch News

ତାଙ୍କ କହିବା ଅନୁଯାୟୀ, ମୋ ବାପା ମୃତ୍ୟୁବରଣ କରିବା ସମୟରେ ମଧ୍ୟ ଦେଶର ସୁରକ୍ଷା କଥା ଭାବୁଥିଲେ । ତାଙ୍କ ପାଇଁ ପରିବାର ଏବଂ ଜୀବନଠାରୁ ନିଜ କର୍ତ୍ତବ୍ୟ ବଡ଼ ଥିଲା । ମୁଁ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନ ଶୁଣିିଲି । କିନ୍ତୁ ଏ ବିଷୟରେ ଆଲୋଚନା କରି ମୁଁ ତାଙ୍କୁ ଆହୁରି ଚର୍ଚ୍ଚିତ କରାଇବାକୁ ଚାହୁଁ ନାହିଁ । ମୁଁ କେବଳ ହେମନ୍ତ କରକରେଙ୍କ ବିଷୟରେ କହିବି । ସେ ମୋ ପାଇଁ ପ୍ରେରଣା । ତାଙ୍କ ନାଁ ସମ୍ମାନର ସହ ନେବା ଦରକାର । ସେ ମୋତେ ଶିଖାଇଥିଲେ, ଆତଙ୍କବାଦ୍‌ର କୌଣସି ଧର୍ମ ନାହିଁ ବୋଲି କହିଥିଲେ । ସେ ନିଜର ପୁଲିସ ପୋଷାକକୁ ସବୁଠାରୁ ଅଧିକ ଭଲ ପାଉଥିଲେ ବୋଲି କହିଛନ୍ତି ଜୁହି ।

ସମ୍ବନ୍ଧିତ ଖବର