ସଚିନ ଭାଜେଙ୍କ ଗିରଫ ପରେ ମୁମ୍ବାଇ ପୁଲିସରେ ବଡ଼ ଧରଣର ଅଦଳବଦଳ: ପୁଲିସ କମିସନର ହେଲେ ହେମନ୍ତ ନାଗ୍ରାଲେ

ମୁମ୍ବାଇ: ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକଭରା ଗାଡ଼ି ରଖିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ୍‍ ସଚିନ ଭାଜେଙ୍କୁ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’(ଏନଆଇଏ) ମାର୍ଚ୍ଚ ୧୩ରେ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ମୁମ୍ବାଇ ଅଦାଲତରେ ହାଜର କରାଯିବା ପରେ ଏବେ ତାଙ୍କୁ ମାର୍ଚ୍ଚ ୨୫ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଯାଇଛି। ତେବେ ସଚିନଙ୍କ ଗିରଫ ପରେ ମୁମ୍ବାଇ ପୁଲିସରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ମୁମ୍ବାଇ ପୁଲିସ କମିସନର ପରମବୀର ସିଂଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ହେମନ୍ତ ନାଗ୍ରାଲେଙ୍କୁ ମୁମ୍ବାଇ ପୁଲିସ କମିସନର କରାଯାଇଛି।

financialexpress

 

ମୁମ୍ବାଇର ପୁଲିସ କମିସନର ଭାବରେ ଦାୟିତ୍ୱ ଗ୍ରହଣ କରୁଥିବା ହେମନ୍ତ ନାଗ୍ରାଲେ ୧୯୮୭ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଅଧିକାରୀ ଅଟନ୍ତି। ନିକଟରେ ତାଙ୍କୁ ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ନାଗ୍ରାଲେ ୨୦୧୪ରେ କିଛି ସମୟ ପାଇଁ ମୁମ୍ବାଇ ପୁଲିସ କମିସନର ଭାବେ କାର୍ଯ୍ୟ କରିଥିଲେ। ସେ ମେ ୨୦୧୬ରୁ ଜୁଲାଇ ୨୦୧୮ପର୍ଯ୍ୟନ୍ତ ନବୀ ମୁମ୍ବାଇର ପୁଲିସ କମିସନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ୩୨ବର୍ଷର କାର୍ଯ୍ୟକାଳରେ ନାଗ୍ରାଲେ ରାଷ୍ଟ୍ରପତିଙ୍କ ପୁଲିସ ପଦକ, ବିଶ୍ୱ ସେବା ପଦକ ଏବଂ ଅନ୍ତରିକ ସୁରକ୍ଷା ପଦକ ଭଳି ଅନେକ ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର