ରାଞ୍ଚି: ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’ର (ସିଏମ୍ଏମ୍) ମୁଖ୍ୟ ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପଥର ଖଦାନ ଲିଜ୍ ଦେବାରେ ନିଲମ୍ବିତ ହୋଇଥିବା ରାଜ୍ୟ ଖଣି ସଚିବ ପୂଜା ସିଂଘଲଙ୍କର ଭୂମିକା ଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ହାଇକୋର୍ଟଙ୍କୁ କହିଛି।
ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ଅଛି: ଉପରୋକ୍ତ ତଥ୍ୟାବଳୀ ୭ ନମ୍ବର ଅଭିଯୁକ୍ତଙ୍କୁ ଖଦାନ ଲିଜ୍ ଆବଣ୍ଟନ ଦିଆଯାଇଥିବା ପ୍ରସଙ୍ଗ ସହ ଜଡ଼ିତ, ଯାହା ୨୦୨୨ର ‘ଡବ୍ଲୁ.ପି. (ପିଆଇଏଲ୍) ନମ୍ବର ୭୨୭ର ବିଷୟବସ୍ତୁ।
ମୁଖ୍ୟମନ୍ତ୍ରୀ ପଦବୀରେ ଥାଇ ନିଜ ନାମରେ ପଥର ଖଦାନ ଲିଜ୍ ଆବଣ୍ଟନ ପାଇଥିବା ହେତୁ ହେମନ୍ତ ସୋରେନ୍ଙ୍କ ବିରୋଧରେ ‘ସିବିଆଇ’ ତଦନ୍ତ କରାଯାଉ ବୋଲି ଅଭିଯୋଗକାରୀ ଶିବଶଙ୍କର ଶର୍ମା ପିଟିସନ୍ରେ ଦାବି କରିଥିଲେ।
Image Courtesy of The Indian Expressଖଦାନ ଲିଜ୍ ଦିଆ ଯାଇଥିବା ମାମଲାରେ ହେମନ୍ତ ସୋରେନ୍ଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତା’ର କୈଫିୟତ୍ ଦେବା ଲାଗି ମଧ୍ୟ ତାଙ୍କୁ (ହେମନ୍ତ) ଭାରତର ନିର୍ବାଚନ କମିସନ୍ ପଚାରିଥିଲେ।
ଜାଲ୍ କମ୍ପାନି, ସୋରେନ୍ଙ୍କୁ ଖଦାନ ଲିଜ୍ ମିଳିବା, ‘ମନରେଗା’ ଦୁର୍ନୀତି ଆଦି ବିରୋଧରେ ଦାଖଲ ହୋଇଥିବା ପିଟିସନ୍ଗୁଡ଼ିକର ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରୁଛନ୍ତି। ମେ ୨୪ ତାରିଖ ଦିନ ଅଦାଲତ ଏହି ମାମଲାର ରାୟ ଶୁଣାଇବେ।
ଏହାଛଡ଼ା, ଆଜି ମଧ୍ୟ ସୁପ୍ରିମ୍ କୋର୍ଟ ସୋରେନ୍, ତାଙ୍କ ପରିବାରବର୍ଗ ଓ ସହଯୋଗୀମାନଙ୍କଦ୍ବାରା ପରିଚାଳିତ ଜାଲ୍ କମ୍ପାନିଗୁଡ଼ିକୁ ମିଳିଛି ବୋଲି କୁହାଯାଉଥିବା ଖଦାନ ଲିଜ୍ ତଦନ୍ତ ସମ୍ବନ୍ଧୀୟ ଆବେଦନର ଶୁଣାଣି କରିବେ।
ନୋଟିସ୍ ଜାରି ହେବା ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟରେ ‘ସିବିଆଇ’ ବନ୍ଦ ଲଫାପାରେ କାଗଜପତ୍ର ଦାଖଲ କରିଥିବା କଥା ବରିଷ୍ଠ ଆଡ୍ଭୋକେଟ୍ କପିଲ୍ ସିବଲ ଏବଂ ମୁକୁଲ୍ ରୋହତଗି ସୁପ୍ରିମ୍ କୋର୍ଟଙ୍କୁ ସୂଚନା ଦେଇଛନ୍ତି।
ପ୍ରଧାନ ବିଚାରପତି ଏନ୍. ଭି. ରମନା ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/HS.jpg)