ନୂଆଦିଲ୍ଲୀ: ଖଣି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଗୁରୁବାର ଦିନ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମନ୍ ଜାରି କରିଥିଲା। ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ଉକ୍ତ ସମନ୍ରେ ଉଲ୍ଲେଖ କରାଯାଇଥିଲା। ହେଲେ ସମନ ପାଇ ବି ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇନହାନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କେନ୍ଦ୍ରୀୟ ଏଜେନ୍ସିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ମୁଁ ଦୋଷୀ ତେବେ ଆପଣ ଆସି ମୋତେ ଗିରଫ କରି ଦେଖାଅ।
ରାଞ୍ଚିର ମୋରହାବାଦିରେ ପହଞ୍ଚି ହେମନ୍ତ ସୋରେନ କହିଛନ୍ତି ଯେ, ଆମେ ରାଜ୍ୟର କିଛି ବାହ୍ୟ ଗ୍ୟାଙ୍ଗକୁ ଚିହ୍ନଟ କରିଛୁ ଯେଉଁମାନେ ରାଜ୍ୟର ଆଦିବାସୀମାନଙ୍କୁ ସେମାନଙ୍କ ଗୋଡ଼ରେ ଠିଆ ହେବାକୁ ଦେଉ ନାହାଁନ୍ତି। ଏହି ରାଜ୍ୟରେ ଝାଡଖଣ୍ଡବାସୀଙ୍କ ଶାସନ ଚାଲିବ ଏବଂ ଅନ୍ୟ କାହାର ନୁହେଁ। ବିଜେପିକୁ ଟାର୍ଗେଟ କରି ହେମନ୍ତ ସୋରେନ କହିଛନ୍ତି ଯେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ​​ବିଜେପିକୁ ଧ୍ୱଂସ କରାଯିବ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରରେ ବିଜେପି ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଛି। ଏହି ଷଡଯନ୍ତ୍ର ବିରୋଧରେ ଝାଡଖଣ୍ଡର ଲୋକମାନେ ଏବେ ରାସ୍ତାକୁ ଓଲ୍ହାଇଛନ୍ତି।
ତେବେ ଖଣି ଦୁର୍ନୀତି ମାମଲାରେ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ସୋରେନ୍ଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରି ସାରିଛି। ପଙ୍କଜ ମିଶ୍ରାଙ୍କ ସହିତ ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା। ମାର୍ଚ୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍ସନ୍ ଅଫ୍ ମିନି ଲଣ୍ଡରିଙ୍ଗ୍ ଆକ୍ଟ’ (ପିଏମ୍ଏଲ୍ଏ) ଅନୁସାରେ ମାମଲା ରୁଜୁ କରିବା ପରେ ଚଢ଼ଉ ଆରମ୍ଭ ହୋଇଥିଲା। ଅଭିଯୋଗ ଥିଲା, ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତ୍ତି କରାୟତ୍ତ କରିଛନ୍ତି। ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତ୍ତି ହାତେଇ ଥିବା ଏବେ ସୁଦ୍ଧା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/t-20.jpg)