ରାଞ୍ଚି: ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଜେଏମ୍ଏମ୍ କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ଙ୍କ ପୁଅ ହେମନ୍ତ ଦ୍ବିତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବିପୁଳ ବିଜୟ ହାସଲ କରିବାପରେ ହେମନ୍ତ ଆଜି ଜିନ୍ସ ଏବଂ କୋଟ୍ ପିନ୍ଧି ଏବଂ ଏକ ସାଇକେଲ୍ ଚଳାଇ ତାଙ୍କ ବାପାଙ୍କ ବାସଭବନରେ ପହଞ୍ଚିଥିଲେ। ହେମନ୍ତଙ୍କ ବାପା ଏବଂ ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନ୍ଙ୍କ ବାସଭବନ ମୋରାବାଡ଼ି ଗ୍ରାଉଣ୍ଡ୍ରେ। ସୋରେନ୍ ସେଠାରେ ସାଇକେଲ୍ ନେଇ ପହଞ୍ଚିଥିଲେ ଏବଂ ବାପା ମା’ଙ୍କ ଆର୍ଶୀବାଦ ନେଇଥିଲେ। ବାପାଙ୍କ ସହ ବସି ହେମନ୍ତ କିଛି ସମୟ କଥା ହୋଇଥିଲେ। ହେମନ୍ତ ସୋରେନ୍ ଦୁମ୍କା ଏବଂ ବାରହେଟ୍ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିବାବେଳେ ସେ ଦୁଇଟି ଯାକ ଆସନରେ ଜିତିଛନ୍ତି।
ସାଇକେଲ୍ ଚଲାଇ ବାପାଙ୍କ ପାଖରେ ପହଞ୍ଚିଲେ ହେମନ୍ତ ସୋରେନ୍
/sambad/media/post_attachments/wp-content/uploads/2019/12/23TH-THGRP-SOREN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)