ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି।  ଅପରାହ୍ଣ ୨ଟା ବେଳେ ରାଞ୍ଚିର ମୋରବାଡ଼ି ପଡ଼ିଆରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

Advertisment

ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ପ୍ରମୁଖ ଯୋଗ ଦେଇଥିବା ଦେଖିବା ପାଇଁ ମିଳିଥିଲା।

Image result for Hemant Soren Sworn In as 11th Jharkhand Chief Minister Amid Opposition Show of Strength Yahoo News India

ସୋରେନ୍‌ଙ୍କ ସହ ଅନ୍ୟ ଦୁଇ ଜଣ ବିଧାୟକ (ଜଣେ ଜେଏମ୍‌ଏମ୍‌ ଏବଂ ଅନ୍ୟ ଜଣେ କଂଗ୍ରେସରୁ) ମଧ୍ୟ ଏହି ଅବସରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଜଣା ପଡ଼ିଛି। ସେମାନେ ହେଉଛନ୍ତି ଝାଡ଼ଖଣ୍ଡ କଂଗ୍ରେସ କମିଟିର ଅଧ୍ୟକ୍ଷ ରାମେଶ୍ୱର ଓରାଓଁ ଏବଂ ବରିଷ୍ଠ ଜେଏମ୍‌ଏମ୍‌ ନେତା ଷ୍ଟିଫେନ୍‌ ମାରାଣ୍ଡି।