ରାଞ୍ଚି: ରବିବାର ଦିନ ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର (ଜେଏମ୍ଏମ୍) ନେତା ହେମନ୍ତ ସୋରେନ୍। ଅପରାହ୍ଣ ୨ଟା ବେଳେ ରାଞ୍ଚିର ମୋରବାଡ଼ି ପଡ଼ିଆରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଶିବସେନା ମୁଖ୍ୟ ଉଦ୍ଧବ ଥାକ୍ରେ, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଛି। ଏମାନଙ୍କ ସହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍, ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍, ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଏବଂ ଆର୍ଜେଡିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତେଜସ୍ୱୀ ଯାଦବ ମଧ୍ୟ ଏହି ସମାରୋହରେ ଯୋଗ ଦେବାର ସମ୍ଭାବନା ଅଛି।
/sambad/media/post_attachments/wp-content/uploads/2019/12/hemant-soren-300x169.jpg) Image Source: Zee News
 Image Source: Zee Newsବିଦାୟୀ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ରଘୁବର ଦାସ ଶୁକ୍ରବାର ଦିନ କହିଥିଲେ କି, ସେ ମଧ୍ୟ ହେମନ୍ତ ସୋରେନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ସୋରେନ୍ ତାଙ୍କୁ ଫୋନ୍ କରି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି।
ସୋରେନ୍ଙ୍କ ସହ ଅନ୍ୟ ଦୁଇ ଜଣ ବିଧାୟକ (ଜଣେ ଜେଏମ୍ଏମ୍ ଏବଂ ଅନ୍ୟ ଜଣେ କଂଗ୍ରେସରୁ) ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେମାନେ ହେଉଛନ୍ତି ଝାଡ଼ଖଣ୍ଡ କଂଗ୍ରେସ ୟୁନିଟ୍ର ଅଧ୍ୟକ୍ଷ ରାମେଶ୍ୱର ଓରାଓଁ ଏବଂ ବରିଷ୍ଠ ଜେଏମ୍ଏମ୍ ନେତା ଷ୍ଟିଫେନ୍ ମାରାଣ୍ଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/hs.jpg)
