ରାଞ୍ଚି: ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିବା ଦିନକ ପରେ ଆଜି ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଜେଏମ୍ଏମ୍ ବିଧାୟକମାନେ ସର୍ବସମ୍ମତିକ୍ରମେ ସୋରେନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିବା ପରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି। ଆସନ୍ତା ୨୮ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୋରେନ କହିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଛନ୍ତି, ମୁଁ ସରକାର ଗଠନ ପାଇଁ ଦାବି କରିଛି ଏବଂ ରାଜ୍ୟପାଳଙ୍କୁ ମେଣ୍ଟ ସହଯୋଗୀଙ୍କ ସମର୍ଥନପତ୍ର ପ୍ରଦାନ କରିଛି। ସରକାର ଗଠନ ପାଇଁ ସେ ଆମକୁ ନିମନ୍ତ୍ରଣ କରିଛନ୍ତି ଏବଂ ନଭେମ୍ବର ୨୮ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଝାଡ଼ଖଣ୍ଡରେ ବିଜେପି ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଏହାର ଏନଡିଏ ସହଯୋଗୀ ଦଳମାନକୁ ୩ଟି ଆସନ ମିଳିଛି। ରାଜ୍ୟରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୧ ରହିଛି।
୨୮ରେ ଶପଥ ନେବେ ହେମନ୍ତ ସୋରେନ: ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ
ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିବା ଦିନକ ପରେ ଆଜି ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...
/sambad/media/media_files/2024/11/25/MTirdHwHjKlFoeXxCIzC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)