ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ନୂଆ ବିଏମ୍ଡବ୍ଲ୍ୟୁ କାର୍କୁ ନେଇ ବିରୋଧୀ ଘେରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ରଘୁବର ଦାସ ସରକାରୀ ଭାବେ ଟୟାଟା କାମ୍ରି ଗାଡ଼ି ବ୍ୟବହାର କରୁଥିଲେ। ମାତ୍ର ହେମନ୍ତ ସୋରେନ୍ ନୂଆ କରି ବିଏମ୍ଡବ୍ଲ୍ୟୁ ୫୨୦ଡି କିଣିଛନ୍ତି ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି। ଅଗଷ୍ଟ ୧୪ ତାରିଖରେ ଏକ ଭିଆଇପି ନମ୍ବରରେ ଏହି ବିଏମ୍ଡବ୍ଲ୍ୟୁ କାର୍ର ରେଜିଷ୍ଟ୍ରେସନ (ଜେଏଚ୍୦୧-ଡିଜେଡ୍-୩୩୩୩) ହୋଇଛି।
ଅପରପକ୍ଷେ, ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଟେୟାଟା କାମ୍ରି କାର୍ ଚଢୁଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ କାହିଁକି ଏତେ ଦାମୀ କାର୍ କିଣିଛନ୍ତି ତାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଘେରିଛି। ରାଜ୍ୟରେ ଯେଉଁ ସମୟରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଠିକ୍ ସେହି ସମୟରେ ମୁଖ୍ୟମନ୍ତ୍ରୀ ଏଭଳି ଦାମୀ କାର୍ କିଣିବା ରାଜ୍ୟବାସୀଙ୍କ ପାଇଁ ପରିହାସ ବୋଲି ବିଜେପି ନେତା କୁନାଲ ଷଡ଼ଙ୍ଗୀ କହିଛନ୍ତି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି କାର୍ କିଣାଯାଇଛି ବୋଲି ଜେଏମ୍ଏମ୍ ମୁଖପାତ୍ର ବିନୋଦ ପାଣ୍ଡେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/hemant.jpg)