ଛଅମାସ ବନ୍ଦ ରହିବାପରେ ଆଜି ଖୋଲିଲା ଶିଖମାନଙ୍କର ପବିତ୍ର ଧାର୍ମିକସ୍ଥଳ ହେମକୁଣ୍ଡ ସାହିବ

ଡେରାଡୁନ: ଛଅମାସ ବନ୍ଦ ରହିବାପରେ ଆଜି ଶିଖମାନଙ୍କର ପବିତ୍ର ଧାର୍ମିକସ୍ଥଳ ହେମକୁଣ୍ଡ ସାହିବ ଗୁରୁଦ୍ୱାର ଶ୍ରଦ୍ଧାଳୁଙ୍କର ପାଇଁ ଖୋଲାଯାଇଥିବା ଜଣାଯାଇଛି । ଉତ୍ତରାଖଣ୍ଡର ବରଫାବୃତ୍ତ ପାହାଡରେ ଥିବା ଏହି ଧାର୍ମିକ ସ୍ଥଳକୁ ୬ ମାସ ପାଇଁ ବନ୍ଦ ରଖାଯାଇଥିଲା । ଶୀତ ଶେଷ ହେବା ପରେ ଏହି ପବିତ୍ର ସ୍ଥଳକୁ ସାଧାରଣ ଲୋକମାନଙ୍କ ପାଇଁ ଖୋଲାଯାଇଥିବାରୁ ଏହା ଶିଖ ମାନଙ୍କ ପାଇଁ ଅଧିକ ଖୁସି ଖବର ବୋଲି କୁହାଯାଉଛି ।

ଏଠାରେ ସୂଚନାଯୋଗ୍ୟ ଯେ ହେମକୁଣ୍ଡ ସାହିବ ସମୁଦ୍ରର ଜଳସ୍ତରଠାରୁ ୧୫,୦୦୦ ଫୁଟ ଉଚ୍ଚରେ ରହିଛି । ଏହି ଗୁରୁଦ୍ୱାରରେ ଶିଖ ସଂପ୍ରଦାୟର ୧୦ମ ଗୁରୁ, ଗୋବିନ୍ଦ ସିଂହ ଧ୍ୟାନରେ ବସିଥିଲେ ବୋଲି କୁହାଯାଏ । ହେମକୁଣ୍ଡ ସାହିବକୁ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା କରିଥାନ୍ତି ।

ହେମକୁଣ୍ଡ ସାହିବ ଖୋଲିବା ପୂର୍ବରୁଗତକାଲି ଏକ ତୀର୍ଥଯାତ୍ରୀ ଦଳ ବାହାରିଥିଲେ । ପ୍ରଥମ ଦିନ ପ୍ରାୟ ୮୦୦୦ ଶିଖ ଶ୍ରଦ୍ଧାଳୁ ଯାତ୍ରା କରିଥିଲେ । ସେମାନେ ପୁଲନା ଠାରୁ ୧୮ କିଲୋମିଟର ଯାତ୍ରା କରି ଆଜି ଗୁରୁଦ୍ୱାର ପହଂଚିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର