ନୂଆଦିଲ୍ଲୀ : ଉପକୂଳ ଅଂଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ‘ମିଷ୍ଟି’ ଯୋଜନା ଘୋଷଣା କରିଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଦେଶର ୭୫୦୦ କିମି ବ୍ୟାପି ଉପକୂଳରେ ହେନ୍ତାଳବନ ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।
ସୂଚନା ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଗଲ୍ଫ ଅଫ ମାନ୍ନାର (ତାମିଲନାଡ଼ୁ), ଓଡ଼ିଶାର ସାତକୋଶିଆ ଏବଂ ଅରୁଣାଚଳ ପ୍ରଦେଶରେ ହେନ୍ତାଳବନ ସୃ୍ଷ୍ଟି ପାଇଁ ବୃକ୍ଷରୋପଣ କରାଯିବ। ଏଥି ସହିତ ହେନ୍ତାଳବନଗୁଡ଼ିକର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଉପରେ ମଧ୍ୟ ମନ୍ତ୍ରାଳୟ ଗୁରୁତ୍ବ ଦେବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ଯୋଜନାର ସଫଳ କ୍ରିୟାନ୍ବୟନ ପାଇଁ ପ୍ରୟାସ କରିବେ। ଭାରତ ବନ ସ୍ଥିତି ରିପୋର୍ଟ (ଆଇଏସ୍ଏଫ୍ଆର୍) -୨୦୨୧ ଅନୁସାରେ ୨୦୧୯ ଓ ୨୦୨୦ ମଧ୍ୟରେ ହେନ୍ତାଳ ବଣ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଓଡ଼ିଶାରେ ସର୍ବାଧିକ ୮ କିମି ହେନ୍ତାଳ ବନ ବୃଦ୍ଧି ସହ ମୋଟ ୨୫୯ କିଲୋମିଟର ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/satakosia-f.jpg)