ପ୍ରେମିକ ମେସେଜ୍‌ର ଉତ୍ତର ନ ଦେବାରୁ ଏଭଳି କାମ କଲା ପ୍ରେମିକା, ଟୁଇଟ୍‌ରରେ ଭିଡିଓ ସେୟାର କରି ଏଭଳି କରିବାକୁ ଦେଲା ପରାମର୍ଶ

ନୂଆଦିଲ୍ଲୀ : ପ୍ରେମ ହେବା ଯେତେ ସହଜ ତାକୁ ଦୃଢ଼ କରି ରଖିବା ସେତେ କଷ୍ଟ । କିଛି ଯୁବକ-ଯୁବତୀ ଖୁବ୍‌ ସହଜରେ ପ୍ରେମରେ ତ ପଡ଼ି ଯାଆନ୍ତି, କିନ୍ତୁ ସେହି ପ୍ରେମକୁ ସେମାନେ ବେଶି ଦିନ ପର୍ଯ୍ୟନ୍ତ ବଜାୟ ରଖି ପାରନ୍ତି ନାହିଁ । ଛୋଟ ଛୋଟ କଥାକୁ ନେଇ ହେଉଥିବା ଝଗଡ଼ା ପାଇଁ ସଂପର୍କ ଖୁବ୍‌ ସହଜରେ ଭାଙ୍ଗି ଯାଇଥାଏ । ଖାସ୍‌ କରି ପ୍ରେମ ସଂପର୍କରେ ଥିବା ବେଳେ ମେସେଜ ଦେଖି ଉତ୍ତର ନ ଦେବା ଏବେ ଏକ ସମସ୍ୟା ପାଲଟିଛି । ଏହି କାରଣ ପାଇଁ ଅନେକ ସଂପର୍କ ଭାଙ୍ଗି ଯାଉଛି । କିନ୍ତୁ କାଲିଫର୍ଣ୍ଣିଆରେ ରହୁଥିବା ଜଣେ ଯୁବତୀ ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରେମିକ ମେସେଜର ଉତ୍ତର ନ ଦେବାରୁ ସେ ଏକ ଭିଡିଓ ତିଆରି କରିଥିଲେ । ମେସେଜ କରିବାର ଘଣ୍ଟାଏ ବିତି ଯାଇଥିଲେ ମଧ୍ୟ ପ୍ରେମିକ କୌଣସି ଉତ୍ତର ରଖି ନଥିଲେ । ପ୍ରେମିକା ସେହି ସମୟରେ ଦୁହେଁ ଗଢ଼ିଥିବା ସ୍ମୃତିକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓରେ ସେ ନିଜ ପ୍ରେମିକ ସହ ବିତାଇଥିବା ସମୟର ଫଟୋ ଯୋଡ଼ିଥିଲେ । ଶେଣରେ ଐହାକୁ ସେ ଟୁଇଟରରେ ସେୟାର କରି,ଯେତେବେଳେ ଆପଣଙ୍କ ପ୍ରେମିକ ଆପଣଙ୍କ ମେସେଜର ଉତ୍ତର ଦେଉ ନାହଁ,ସେତେବେଳେ ଆପଣ ଏହି କାମ କରି ପାରିବେ ବୋଲି ଲେଖିଥିଲେ ।

ଅନ୍ୟ ପକ୍ଷରେ ପ୍ରେମିକ ଶୋଇ ସାରି ଉଠିବା ପରେ ଭିଡିଓଟି ଦେଖି ବହୁତ ଖୁସି ହୋଇଥିବା ପ୍ରେମିକା ପୌଲିଜଲି କହିଛନ୍ତି । ଭିଡିଓଟି ତାଙ୍କ ପ୍ରେମିକଙ୍କୁ ପସନ୍ଦ ଆସିଥିଲେ ମଧ୍ୟ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ପସନ୍ଦ କରି ନଥିବା ଦେଖା ଯାଇଛି । ଭିଡିଓକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି । ଡ଼ିସେମ୍ବର ୧୮ରେ ଭିଡିଓଟି ପୋଷ୍ଟ କରାଯାଇଥିବା ବେଳେ ୨.୫ମିଲିୟନ ଲୋକ ଏହାକୁ ଦେଖି ସାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର