ଆପଣଙ୍କ ମୋବାଇଲ୍‌ ନମ୍ବରକୁ ପୋର୍ଟ କରିବାକୁ ଚାହାନ୍ତି କି ? ଟ୍ରାଇ ପକ୍ଷରୁ ଜାରି ନୂଆ ଏମ୍‌ଏନ୍‌ପି ନିୟମ ଅନୁସାରେ ଏହା ଏବେ ଖୁବ୍‌ ଶୀଘ୍ର ଓ ସହଜ

ନୂଆଦିଲ୍ଳୀ: ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଗୋଟାଏ ‌ନେଟ୍‌ୱର୍କରୁ ଅନ୍ୟ ନେଟ୍‌ୱର୍କକୁ ପୋର୍ଟ କରିବାକୁ ବା ବଦଳାଇବାକୁ  ଚାହାନ୍ତି କି? ଏବେ ପୂର୍ବ ଅପେକ୍ଷା ମୋବାଇଲ୍‌ ପୋର୍ଟେବଲ୍‌ କରିବାର ପ୍ରକ୍ରିୟା ଆହୁରି ଶୀଘ୍ର ଓ ସହଜ ହେବ। ଏଥିପାଇଁ ଟେଲିକମ୍‌ ରେଗୁଲେଟାରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ନୂଆ ଏମ୍‌ଏନ୍‌ପି ନିୟମ ଲାଗୁ କରିଛି। ଏହି ନିୟମ ଆଜିଠାରୁ ଲାଗୁ ହେଉଛି।

ଯଦି ଆପଣ କୌଣସି କାରଣରୁ ପୂର୍ବରୁ ବ୍ୟବହାର କରୁଥିବା ନେଟ୍‌ୱର୍କ ଉପରେ ସନ୍ତୁ‌ଷ୍ଟ ନାହାନ୍ତି ତେବେ ‌ଏମ୍‌ଏନ୍‌ପି ଆପଣଙ୍କୁ ଖୁବ୍ ସହଜରେ ନେଟ୍‌ୱର୍କ ବଦଳାଇବାକୁ ସାହାଯ୍ୟ କରିବ। କେବଳ ନେଟ୍‌ୱର୍କ ପ୍ରୋଭାଇଡର୍‌ ହିଁ ବଦଳିବ, ମୋବାଇଲ୍‌ ନମ୍ବର ପୂର୍ବ ପରି ସମାନ ରହିବ।

ନୂଆ ଟ୍ରାଇ ନିୟମ ମୁତାବକ,  ସମାନ ଅଞ୍ଚଳରେ ରହି ଯଦି ଆପଣ ଆପଣଙ୍କ ନମ୍ବରକୁ ଅଲଗା ନେଟ୍‌ୱର୍କକୁ ବଦଳାଇବାକୁ ଚାହାନ୍ତି ତେବେ ଆପଣଙ୍କୁ ମାତ୍ର ୩ ଦିନ ମସୟ ଲାଗିବ। ପୂର୍ବରୁ ନମ୍ବର ପୋର୍ଟ କରିବାକୁ ୧୫ ଦିନ ଲାଗୁଥିଲା। ଉଲ୍ଳେଖଯୋଗ୍ୟ, ଜମ୍ମୁ-କଶ୍ମୀର, ଆସାମ ଓ ଉତ୍ତର-ପୂର୍ବ ସବ୍‌ସ୍କ୍ରାଇବର୍‌ମାନଙ୍କୁ ଏବେ ବି ନମ୍ବର ପୋର୍ଟ କରିବାକୁ ୩୦ ଦିନ ସମୟ ଲାଗୁଛି।

Yahoo Finance

ଏମ୍‌ଏନ୍‌ପି ନିୟମ ମୁତାବକ, ଆପଣଙ୍କ ଅନୁରୋଧ କ୍ରମେ ପ୍ରଥମେ ଏକ ୟୁନିକ୍‌ ପୋର୍ଟିଂ କୋଡ(ୟୁପିସି) ଜେନେରେଟ୍‌ ହେବ। ଯେଉଁ ସବ୍‌ସ୍କ୍ରଇବର୍‌ ନିଜ ନମ୍ବର ପୋର୍ଟ କରିବାକୁ ଯୋଗ୍ୟ କେବଳ ସେଇମାନଙ୍କ ପାଇଁ ହିଁ ‌ଟ୍ରାଇ ୟୁପିସି ଜେନେରେଟ୍‌ କରିବ।

ୟୁପିସି ଜେନେରେଟ କରିବା ପାଇଁ ବ୍ୟବହାରକାରୀମାନେ ପ୍ରଥମେ PORT ଲେଖି ଟିକେ ସ୍ଥାନ ଛାଡ଼ି ନିଜ ମୋବାଇଲ୍‌ ନମ୍ବର ଲେଖି ୧୯୦୦ ନମ୍ବରକୁ ପଠାଇବେ। ଏପରି କରିବା ପରେ ଆପଣଙ୍କୁ ୟୁପିସି ମିଳିବ।

ଏହି ୟୁପିସି ୪ ଦିନ ପର୍ଯ୍ୟନ୍ତ କାମ କରିବ। ଏହି ୟୁପିସିକୁ ନେଇ ଆପଣ ଯେଉଁ ନେଟ୍‌ୱର୍କକୁ ନମ୍ବର ପୋର୍ଟ କରାଇବାକୁ ଚାହାନ୍ତି ସେହି କଷ୍ଟମର୍‌ ସର୍ଭିସ ସେଣ୍ଟରକୁ ଯିବେ। ସେଠାରେ ଆବଶ୍ୟକୀୟ ଫର୍ମ ପୂରଣ କରି ପ୍ରମାଣପତ୍ର ପ୍ରଦାନ କରିବେ। ଏସବୁ ଦେବା ପରେ ଆପଣଙ୍କୁ ଟ୍ରାନ୍‌ଜାକ୍ସନ ଫି ବାବଦରେ ୬.୪୬ ଟଙ୍କା ଦେବେ। ଏସବୁ ପ୍ରକ୍ରିୟା ପରେ ଆପଣଙ୍କୁ ଏକ ନୂଆ ସିମ୍‌ ମିଳିବ।

ସମ୍ବନ୍ଧିତ ଖବର