ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଜଣେ ବନ୍ଦୀ ଭାବେ ଜେଲ୍ରେ କି କାମ କରିବେ ତାହା ତାଙ୍କୁ ଦିଆ ଯାଇଛି। ବିର୍ସାମୁଣ୍ଡା ଜେଲ୍ରେ ଲାଲୁ ଜଣେ ମାଳୀ ଭାବେ କାମ କରିବେ। ଗୋଖାଦ୍ୟ ଦୁର୍ନୀତି ନିମନ୍ତେ ସେ ସାଢ଼େ ତିନି ବର୍ଷ କାରାଦଣ୍ଡ ପାଇଛନ୍ତି।
କାମ ପାଇଁ ପାରିଶ୍ରମିକ ବାବଦରେ ଲାଲୁ ଦୈନିକ ୯୩ ଟଙ୍କା ପାଇବେ।
ଏ ଭିତରେ ଲାଲୁ ଟୁଇଟର୍ ଯୋଗେ ଏକ ଖୋଲା ଚିଠିରେ ତାଙ୍କର ଦୋଷୀ ସାବ୍ୟସ୍ତ ହେବା ଏବଂ ଦଣ୍ଡାଦେଶ ପାଇବା ବିଷୟରେ ନିଜର ଭାବନା ପ୍ରକାଶ କରିଛନ୍ତି।
ହିନ୍ଦୀ ଭାଷାରେ ଲିଖିତ ଚିଠିରେ ଲାଲୁ କହିଛନ୍ତି ଦୋଷୀ ସାବ୍ୟସ୍ତ ହେବା ଦ୍ୱାରା ସେ ଭୟ ପାଇ ଯାଇ ନାହାନ୍ତ। ଦଳିତ ଏବଂ ପଛୁଆ ବର୍ଗଙ୍କ ଅଧିକାର ଓ ଧର୍ମନିରପେକ୍ଷତା ଉପରେ ରାଜନୈତିକ ଆଦର୍ଶବାଦ ସହ ସେ ସାଲିସ କରିବେ ନାହିଁ।
ବିଜେପି ଗୁଣିଗାରେଡ଼ି କରୁଥିବା କଥା ଅନ୍ୟ ଏକ ଟୁଇଟ୍ରେ ସେ ଉଲ୍ଲେଖ କରିଛନ୍ତି।
ଲାଲୁଙ୍କ ସାନପୁଅ ତଥା ଆର୍ଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ଦଣ୍ଡାଦେଶ ରାୟ ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିବେ।