ଜାନୁଆରୀରୁ ମହଙ୍ଗା ହେବ ଗାଡ଼ି, ଦରବୃଦ୍ଧି ଘୋଷଣା କଲେ ବିଭିନ୍ନ କମ୍ପାନି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀରୁ ଦେଶରେ ବିଭିନ୍ନ ଯାନବାହାନର ଦର ବଢିବ । ଦେଶର ବୃହତ୍ତମ ଦୁଇଚକିଆ ଯାନ ନିର୍ମାତା କମ୍ପାନି ହିରୋ ମୋଟୋକର୍ପ ଜାନୁଆରୀ ପହିଲାରୁ ନିଜର ବିଭିନ୍ନ ମଡେଲର ଦର ବଢାଇବା ବୋଲି ଆଜି ଘୋଷଣା କରିଛି । ବିଭିନ୍ନ ମଡେଲର ମୋଟରସାଇକେଲ ଓ ସ୍କୁଟରର ଦର ୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ କମ୍ପାନି ।

ଗତ ସପ୍ତାହରେ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ମାରୁତି-ସୁଜୁକୀ, ଟୟୋଟା,ଫୋର୍ଡ ଇଣ୍ଡିଆ, ମହନ୍ଦ୍ରା, ମର୍ସିଡିଜ ବେଞ୍ଜ୍‌, ଅଡି ପ୍ରଭୃତି ଦରବୃଦ୍ଧି କରିବା ବିଷୟରେ ଘୋଷଣା କରିଥିଲେ । ତେବେ ଦରବୃଦ୍ଧି ସଂପର୍କରେ ହୋଣ୍ଡା ଏପର୍ଯ୍ୟନ୍ତ ଘୋଷଣା କରିନାହିଁ ।

ବିଭିନ୍ନ କାରଣରୁ କମ୍ପାନିମାନେ ଦରବୃଦ୍ଧି କରୁଛନ୍ତି । ମୁଖ୍ୟକାରଣ ହେଉଛି ଆସନ୍ତା ଏପ୍ରିଲ ୧, ୨୦୨୦ରୁ ଦେଶରେ ବିଏସ-୬ ପ୍ରଦୂଷଣ ମାନଦଣ୍ଡ ଲାଗୁ ହେବ । କମ୍ପାନିମାନେ ଏହି ମାନଦଣ୍ଡ ବିଶିଷ୍ଟ ଗାଡ଼ି ନିର୍ମାଣ ପାଇଁ ବିପୁଳ ପରିମାଣରେ ପୁଞ୍ଜିନିବେଶ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ କଞ୍ଚାମାଲ ଯଥା ଷ୍ଟିଲ, ଆଲୁମିନିୟମ, ରବର ଆଦିର ଦରବୃଦ୍ଧି କାରଣରୁ ଯାନବାହାନର ଦରବୃଦ୍ଧି ଜରୁରୀ ହୋଇପଡ଼ିଥିଲା ବୋଲି କମ୍ପାନିମାନେ କହିଛନ୍ତି ।

ସମ୍ବନ୍ଧିତ ଖବର