ମୁମ୍ବାଇ: ହିନ୍ଦୀ ସିନେମାର ବିଗତ ଦିନର ଅଭିନେତ୍ରୀ ତଥା ଗୁରୁ ଦତ୍ତ ଅଭିନୀତ ୧୯୫୪ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ଆର୍ ପାର୍’ର ନାୟିକା ଶ୍ୟାମାଙ୍କର ଆଜି ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତା ଥିବା ଶ୍ୟାମା କିଛି ଦିନ ହେଲା ଫୁସ୍ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ତେବେ ଆଜି ସକାଳେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସେ ୮୨ ବର୍ଷ ବୟସରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ତାଙ୍କ ସମୟରେ ଅନ୍ୟତମ ଶ୍ରେଷ୍ଠ ସୁନ୍ଦରୀ ଭାବେ ଚର୍ଚ୍ଚିତ ଥିବା ଶ୍ୟାମା ଚିତ୍ରନିର୍ମାତା ଫଲି ମିସ୍ତ୍ରିଙ୍କୁ ବିବାହ କରିଥିଲେ। ସ୍ୱାଧୀନୋତ୍ତର ଭାରତରେ ଦୀର୍ଘ ଚାରି ଦଶନ୍ଧି ଧରି ସିନେମା ଶିଳ୍କ ସହ ଜଡ଼ିତ ଥାଇ ସେ ଆର୍ ପାର୍ ସମେତ ବରଷାତ୍ କି ରାତ୍, ସାଓ୍ଵନ୍ ଭାଦୋଁ, ଦିଲ୍ ଦିୟା ଦର୍ଦ ଲିୟା, ମିଲନ୍ ଏବଂ ଶାରଦା ଆଦି ୧୭୫ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶାରଦାରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ନାୟିକା ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା।
ଆରପାରିରେ ‘ଆର୍ ପାର୍’ ନାୟିକା
/sambad/media/post_attachments/wp-content/uploads/2017/11/220px-Shyama_in_Chhoo_Mantar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)